www.samajalive.in
Saturday, December 6, 2025
26.1 C
Bhubaneswar

ମଞ୍ଚସ୍ଥ ହେଲା ସାମାଜିକ ନାଟକ ‘ବିଧାତାର ଖେଳ’

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ମିନିଆଠାରେ ଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ବରାଳ ଦେବୀଙ୍କ ବାର୍ଷିକ ପୂଜା ଉପଲକ୍ଷେ ମା’ ଦଶଭୁଜା ଯୁବ ନାଟ୍ୟ ସଂସଦ ଦ୍ୱାରା ଚଳିତବର୍ଷ ସାମାଜିକ ନାଟକ ବିଧାତାର ଖେଳ ମଞ୍ଚସ୍ଥ ହୋଇଯାଇଛି। ନାଟ୍ୟ ସଂସଦର ସଭାପତି ତଥା ପଞ୍ଚାୟତର ସରପଞ୍ଚ ଗୌତମ ମଳିକଙ୍କ ଅଧ୍ୟକ୍ଷତାରେ ନାଟ୍ୟ ନିର୍ଦେଶକ ସୁବ୍ରତ କୁମାର ମହାନ୍ତିଙ୍କ ନିର୍ଦେଶନାରେ ମଞ୍ଚସ୍ଥ ନାଟକର ଉଦ୍‌ଘାଟନୀ ଉତ୍ସବରେ ଅଂଚଳର ଜଣାଶୁଣା ସମାଜସେବୀ କାହ୍ନୁଚରଣ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ସେନା ଅଧିକାରୀ ଶରତ ଚନ୍ଦ୍ର କହଁର, ଗଞ୍ଜୁଗୁଡଡା ସରପଞ୍ଚ ଆଲୋକ କହଁର, ସମିତି ସଭ୍ୟ ପ୍ରଭାକର ପ୍ରଧାନ, ଗୁମାଗଡ଼ ସରପଞ୍ଚ ପ୍ରତାପ କହଁରଙ୍କ ସହ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ ସଭାପତି ବିଶ୍ୱମ୍ବର ପ୍ରଧାନ, ନାଟ୍ୟ ମ୍ୟାନେଜର ବଲଭଦ୍ର ଦିଗାଲ, ନାଟ୍ୟ ପରିଚାଳକ ପ୍ରଶାନ୍ତ ଦିଗାଲ, ସମ୍ବାଦିକ ବିଜୟ ମଳିକଙ୍କ ସହ ସମସ୍ତ କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ପରିଚାଳନା କରିଥିଲେ। ଗାଁର ଯୁବକଳାକାରମାନଙ୍କୁ ନେଇ ପ୍ରସ୍ତୁତ ଏହି ନାଟକରେ କଳାକାରମାନଙ୍କ ନିଖୁଣ ଅଭିନୟ ବେଶ୍‌ ହୃଦୟସ୍ପର୍ଶୀ ହୋଇପାରିଥିଲା।

Hot this week

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

Related Articles

Popular Categories