www.samajalive.in
Monday, December 8, 2025
17.1 C
Bhubaneswar

ଟୁଙ୍ଗୁରୁ ଭୋଳକୁ ବାନ୍ଧିଲା ଭରତପୁର ପୁଲିସ

ସମାଜ ଡିଜିଟାଲ ଡେସ୍କ: କିଛିଦିନ ପୂର୍ବେ ନିଜ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚାରେ ଥିବା ଟୁଙ୍ଗୁରୁ ଭୋଳ ଏବେ ପୁଣି ଅଡ଼ୁଆରେ। ଟୁଙ୍ଗୁରୁକୁ ଗିରଫ କରିଛି ଭରତପୁର ଥାନା ପୁଲିସ। ଚୋରି ମାମଲାରେ ଗିରଫ ହୋଇଛି ଟୁଙ୍ଗୁରୁ।

ମଣ୍ଟୁ ପ୍ରଧାନ ନାମକ ବ୍ୟକ୍ତିଙ୍କ ଅଭିଯୋଗକ୍ରମେ, ଭରତପୁର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରେ ତାଙ୍କର ଏକ ୱେଲ୍ଡିଂ ଗ୍ୟାରେଜ ଅଛି। ଗତ ଏପ୍ରିଲ ୧୧ ତାରିଖ ମଧ୍ୟାହ୍ନ ସମୟରେ ମଣ୍ଟୁଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଅଭିଯୁକ୍ତ ଟୁଙ୍ଗୁରୁ ତାଙ୍କ ଗ୍ୟାରେଜରୁ ୱେଲ୍ଡିଂ ମେସିନ, ହ୍ୟାଣ୍ଡ କଟର ଓ ତମ୍ବା କେବୁଲ ତାର ଚୋରି କରି ନେଇଥିଲା। ଘଟଣା ସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜରୁ ଚୋରି ବିଷୟରେ ଜାଣିବା ପରେ ମଣ୍ଟୁ ଏନେଇ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ କରିବା ସହିତ ବୁଧବାର ବିଶେଷ ସୂତ୍ରରୁ ଖବର ପାଇ ଅଭିଯୁକ୍ତ ଆଲୋକ ଭୋଳ ଓରଫ ଟୁଙ୍ଗୁରୁକୁ ଆଇଗିଣିଆ ନିକଟରୁ ଚୋରି ସାମଗ୍ରୀ ସହ କାବୁ କରି ଥାନାକୁ ଆଣିଥିଲା। ପଚରା ଉଚରା ବେଳେ ସେ ନିଜର ଅପରାଧ ସ୍ବୀକାର କରିଛି। ଏହାପରେ ଟୁଙ୍ଗୁରୁକୁ ଅଦାଲତ ଚାଲାଣ କରିଛି ପୁଲିସ। ତଦନ୍ତରୁ ଏହା ଜଣାପଡ଼ିଛି ଯେ, ଅଭିଯୁକ୍ତ ଟୁଙ୍ଗୁରୁ ଜଣେ ଅଭ୍ୟାସଗତ ଅପରାଧୀ ଓ ତା’ ନାଁରେ ଭରତପୁର, ଚନ୍ଦକା ଓ ଘଟଗାଁ ଥାନାରେ ୪ଟି ମାମଲା ରହିଛି। ବର୍ତ୍ତମାନ ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories