www.samajalive.in
Monday, December 8, 2025
27.1 C
Bhubaneswar

ସଞ୍ଚସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୨୦୦୯ ମସିହାରେ ୬ରୁ ୧୨ ବର୍ଷ ଛାତ୍ରଛାତ୍ରୀଙ୍କୁ ନେଇ ଗାଁ କମିଟି ଅନୁସାରେ ବ୍ଲକରେ ଶିକ୍ଷା ଓ ସଂସ୍କୃତିକୁ ନେଇ ବ୍ଳକରେ ଦୁଇ ଗୋଟି ଲାଞ୍ଜିଗଡ଼ ଓ ବିଶ୍ୱନାଥ ପୁର ସଞ୍ଚ ଗଠନ କରାଯାଇଥିଲା। ଏହି ସଞ୍ଚ ଅଧୀନରେ ୬୦ଟି ଏକକ ବିଦ୍ୟାଳୟ ରହିଥିବା ବେଳେ ସନ୍ଧ୍ୟା ଓ ସକାଳ ସମୟରେ ବନବାସୀଙ୍କୁ ୩ ଘଣ୍ଟା ଲେଖାଏଁ ଶିକ୍ଷା ପ୍ରଦାନ କରାଯାଇଛି।ଏହି ବିଦ୍ୟାଳୟଗୁଡିକୁ ନେଇ ଖେଳକୁଦ ପ୍ରତିଯୋଗିତାମାନେ ଅନୁଷ୍ଠିତ ହେଉଥିବା ବେଳେ ଆଜି ବ୍ଲକର ଚମ୍ପାଦେଇପୁର ପଂଚାୟତ ହରିହର ପୁର ଗାଁ ଖେଳ ପଡିଆ ଠାରେ ବିଶ୍ୱନାଥପୁର ସଞ୍ଚସ୍ତରୀୟ ଏକକ ବିଦ୍ୟାଳୟମାନଙ୍କୁ ନେଇ ଏକ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ବିଶ୍ୱନାଥପୁର ସଞ୍ଚ ସଂପାଦକ ରତ୍ନାକର ଦୋରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସଞ୍ଚ ଅଧୀନରେ ଥିବା ୩୦ ଗୋଟି ବିଦ୍ୟାଳୟର ୫୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ଭାଇ ଭଉଣୀ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ଲାଞ୍ଜିଗଡ଼ ସମାଜସେବୀ ଧର୍ମୁ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ମାଧବାନନ୍ଦ ଗିରି ବାବା ଯୋଗ ଦେଇଥିଲେ। ସମ୍ମାନୀତ ଅତିଥିଭାବେ ଅବସରରେ ପ୍ରାପ୍ତ ପ୍ରଧାନ ଶିକ୍ଷକ ହରେକୃଷ୍ଣ ଯୋଶୀ, ବ୍ଲକ ଆଦିବାସୀ ସଭାପତି ସୁକୃ ମାଝୀ, ବିଶ୍ୱନାଥପୁର ସଞ୍ଚ ଉପ ସଭାପତି ରଘୁବିର ନାଗ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୧୦୦ମି ଦୌଡ, ୨୦୦ମି ଦୌଡ, ୪୦୦ମି ଦୌଡ , ଲମ୍ବଡିଆଁ, ଉଚ୍ଚା ଡିଆଁ ପ୍ରଭୁତି ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ଉତ୍ତୀର୍ଣ୍ଣ ୩୫ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories