www.samajalive.in
Tuesday, December 9, 2025
16.1 C
Bhubaneswar

ଭସାଣ ଉତ୍ସବ, ବିଦାୟ ନେଲେ ମାଆ ଦଶଭୂଜା

କଟକ: ଧରାପୃଷ୍ଠରେ ଲୀଳାଖେଳା ସାରି ଭକ୍ତଙ୍କ ଗ୍ରହଣରୁ ମେଲାଣି ନେଲେ ମାଆ ଦଶଭୂଜା। ସୋମବାର କଟକ ଏବଂ ଭୁବନେଶ୍ଵର ସମତେ ରାଜ୍ୟର ବିଭିନ୍ନ ସ୍ଥାନରେ ବେଶ୍ ଜାକଜମକରେ ସରିଛି ଭସାଣ ଉତ୍ସବ। ତେବେ  କଟକରେ ଆଉ କିଛି ମଣ୍ଡପରେ ସକାଳୁ ପୁଣି ଆରମ୍ଭ ଭସାଣ ଉତ୍ସବ ଆରମ୍ଭ ହୋଇଯାଇଛି। ଆଜି ବାଲିକୁଦା, ନଖରା, ଗୋପାଳପୁର, ପାଇକସାହି, ପ୍ରତାପ ନଗରୀ ଅଞ୍ଚଳର ମେଢ ଗୁଡିକୁ କାଠଯୋଡି ନଦୀର ମୁକାମେଶ୍ଵରରେ ବିସର୍ଜନ କରାଯାଉଛି। ସେପଟେ  ଚଳିତ ବର୍ଷ ଭୁବନେଶ୍ଵରରେ ୧୮୩ରୁ ଅଧିକ ମେଢ ହୋଇଥିଲା। ସହିଦ ନଗର ଭସାଣି ଉତ୍ସବରେ ୨୦ରୁ ଅଧିକ ମେଢ ଯୋଗଦେଇଥିବାବେଳେ ନୂଆପଲ୍ଲୀ ଭସାଣି ଉତ୍ସବକୁ ୧୫ରୁ ଅଧିକ ମେଢ ଆସିଥିଲେ। ଭସାଣି ଉତ୍ସବରେ ଜନପଥ  ପ୍ରକମ୍ପିତ ହୋଇଥିଲା। ସୁରକ୍ଷା ପାଇଁ ପୁଲିସ୍ ପକ୍ଷରୁ ୩ଟି ଜୋନ୍ କରାଯାଇଥିବାବେଳେ କଟକ ରୋଡ୍, ଜନପଥ , ନୂଆପଲ୍ଲୀ ଏବଂ ଜାତୀୟ ରାଜପଥରେ ଟ୍ରାଫିକ୍ କଟକଣା ଲାଗୁ କରାଯାଇଥିଲା। ପ୍ରତ୍ୟେକ ନଦୀ ଘାଟରେ ପୁଲିସ୍ ଫୋର୍ସ ମୁତୟନ ହୋଇଥିଲେ। ତେବେ ଏସବୁ ଭିତରେ ମାଆ ଧରାପୃଷ୍ଠରୁ ଭକ୍ତଙ୍କ ଗ୍ରହଣରୁ ବିଦାୟ ନେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories