www.samajalive.in
Monday, December 8, 2025
27.1 C
Bhubaneswar

ଦାଦନ ଖଟିବାକୁ ଯାଇ ମରଣ ସହ ସଂଗ୍ରାମ କରୁଛନ୍ତି ଯୁବତୀ 

ଫୁଲବାଣୀ:  କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି ଦାଦନ ଶ୍ରମିକଙ୍କ ଦୁଃଖ। ଦାଦନ ଖଟିବାକୁ ଯାଇ ମରଣ ମୁଖରେ ପଡ଼ୁଛନ୍ତି ଶ୍ରମିକ। ନିକଟରେ ଏହି ଥାନା ଅଞ୍ଚଳର ୪ଜଣ ଯୁବକ ଦାଦନ ଖଟିବାକୁ ଯାଇ ମୁଣ୍ଡ ଜାମିନ ରଖି ୮୦ହଜାର ଟଙ୍କା ଦେଇ ମୁକୁଳି ଥିବା ଘଟଣାର ଦୁଃଖ ଲୋକଙ୍କ ମନରୁ ନ ଲିଭୁଣୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଗତ କିଛିଦିନ ହେବ ରୋଜଗାର କରିବା ଆଶାରେ ଏହି ଥାନା ଅଞ୍ଚଳର ଝିଞ୍ଜିରିଗୁଡା ପଞ୍ଚାୟତର କୁଟ୍ଲାରି ଗାଁ ବାଘପଦା ସାହିର ଗାନ୍ଦାରା ପାଟ ମାଝୀଙ୍କ ଝିଅ ଅର୍ଚ୍ଚନା ପାଟ ମାଝୀ ସୁଦୂର ଗୋଆ ରାଜ୍ୟକୁ ଯାଇ କାମଧନ୍ଦା ଅନ୍ମେଷଣ କରି ଗୋଟିଏ ଘରୋଇ କାମରେ ଯୋଗ ଦେବାର ଦୁଇ ଦିନ ପରେ ହଠାତ୍ ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ମଙ୍ଗଳବାର ଦିନ ଗୋଆର ବମ୍ବୁଲି ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଖବର ପାଇ ଅର୍ଚ୍ଚନାଙ୍କ ପରିବାରରୁ ଦାଦା ପାଉଲ ପାଟ ମାଝୀ ଓ ଭିଣୋଇ ଇସାକ ମାଝୀ ଗୁରୁବାର ଦିନ ଉକ୍ତ ମେଡ଼ିକାଲରେ ପହଞ୍ଚିଛନ୍ତି। ତେବେ ଅର୍ଚ୍ଚନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବା ଓ ସେ ଜୀବନ ମରଣ ସହ ସଂଗ୍ରାମ କରୁଥିବା କହିଛନ୍ତି। ଏଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦାଦନ ଶ୍ରମିକଙ୍କ କଷ୍ଟକୁ ହୃଦୟଙ୍ଗମ କରି ଦାଦନ ସମସ୍ୟା ଦୁର କରିବା ସହ ଅର୍ଚ୍ଚନାଙ୍କ ଚିକିତ୍ସା ପ୍ରତି ସହଯୋଗର ହାତ ବଢ଼ାଇବାକୁ ପରିବାର ନିବେଦନ କରିଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories