www.samajalive.in
Sunday, December 7, 2025
23.1 C
Bhubaneswar

ଅଚିହ୍ନା ମୃତଦେହ ଉଦ୍ଧାର ଘଟଣା, ୨ ଗିରଫ

ଗୋପାଳପୁର: ଜାତୀୟ ରାଜପଥ କଡ ଭାଲିଆଗଡ ଛକରୁ କ୍ଷତାକ୍ତ ଭାବେ ଉଦ୍ଧାର ମୃତ ଦେହ ଘଟଣା ରେ ପୁଲିସ ପର୍ଦ୍ଦାଫାଶ  କରିବାରେ ସକ୍ଷମ ହେବା ସହ ହତ୍ୟାରେ ସାମିଲ ଟ୍ରକ ଡ଼୍ରାଇଭର ଓ ହେଲପରକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ଟ୍ରକକୁ ଜବତ କରିଛି କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଢେଙ୍କାନାଳ ଜିଲ୍ଲା ରାସଳ ଥାନା ଅନ୍ତର୍ଗତ ଗଣ୍ଡାନାଳିର ଶଶୀକାନ୍ତ ଜେନା(୨୩) ଓ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦ ପ୍ରସାଦର କମଳାକାନ୍ତ ଜେନା(୨୦) ବୋଲି ପୁଲିସ ସୂଚନା ଦେଇଛି। ଅନ୍ୟ ପଟେ ଅଚିହ୍ନା ଯୁବକ ଜଣଙ୍କ ସୋରଡ଼ାର କୁନା ସ୍ବାଇଁ ବୋଲି ମଧ୍ୟ ଚିହ୍ନଟ ହୋଇଛି।
ଗତ ସେପ୍ଟେମ୍ବର ୧ ତାରିଖ ସକାଳେ ଜାତୀୟ ରାଜପଥ କଡ ଭାଲିଆଗଡ ଛକରୁ ଜଣେ ଅଚିହ୍ନା ଯୁବକଙ୍କ କ୍ଷତାକ୍ତ ଶବ ପଡି ରହିଥିବା ପୁଲିସ ଖବର ପାଇବା ପରେ ଶବକୁ ଜବତ କରିବା ସହ ଘଟଣା ନେଇ ୩୬/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସେପ୍ଟେମ୍ୱର ୪ ତାରିଖରେ ମିଳିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ଯୁବକ ଜଣଙ୍କୁ ପ୍ରବଳ ମାଡ଼ ମରାଯାଇଥିବା ଯୋଗୁଁ ଯୁବକ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ଯୁବକଙ୍କ ଶବକୁ ରାସ୍ତା କଡ଼ରେ ଫୋପାଡି ଚାଲି ଯାଇଥିବା ଜଣାପଡ଼ିଥିଲା। ଏହାକୁ ନେଇ ଗୋଳନ୍ଥରା ପୁଲିସ ପକ୍ଷରୁ ଅପମୃତ୍ୟୁ ମାମଲାରୁ ହତ୍ୟା ମାମଲା ରୁଜୁ ହେବା ସହ ପୁଲିସ ପକ୍ଷରୁ ୩୦୬/୨୩ ରେ ମାମଲା ରୁଜୁ କରିବା ସହ ନିଜେ ଆଇଆଇସି ବିବେକାନନ୍ଦ ସ୍ବାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ପୁଲିସ ପକ୍ଷରୁ ମୃତକଙ୍କ ଫଟୋକୁ ଆନ୍ଦ୍ରପ୍ରଦେଶ ର ବିଭିନ୍ନ ଥାନା ସମେତ ଓଡିଶାର ସମସ୍ତ ଥାନାକୁ ପଠାଇବା ସହ ଆଖପାଖ ଅଞ୍ଚଳରେ ବସଷ୍ଟାଣ୍ଡ ସମେତ ଅନ୍ୟାନ୍ୟ ସ୍ଥାନରେ ଫଟୋ ଲଗାଇଥିଲେ। କିନ୍ତୁ ପୁଲିସ କୈାଣସି ସୁରାକ ପାଇ ପାରିନଥିଲା।
ଗତ ଅକ୍ଟୋବର ୩ ତାରିଖରେ ସୋରଡ଼ା ଥାନାରୁ ଗୋଳନ୍ଥରା ପୁଲିସକୁ ଶବ ଚିହ୍ନଟ ନେଇ ଫୋନ ଆସିବା ସହ ପରିବାର ବର୍ଗ ଥାନାକୁ ଆସି ମୃତକଙ୍କ ପୋଷାକରୁ ତାହା କୁନା ସ୍ବାଇଁଙ୍କର ବୋଲି ତାଙ୍କ ସ୍ତ୍ରୀ ମଞ୍ଜୁଲତା ସ୍ବାଇଁ ଚିହ୍ନଟ କରି ଘଟଣା ନେଇ ପୁଲିସକୁ ଅବଗତ କରାଇଥିଲେ। ମୃତକ କୁନା ସୁରଟରେ ରହି କାମ କରୁଥିବା ବେଳେ ଗତ ଅଗଷ୍ଟ ୨୯ ତାରିଖରେ ପୁରୀ ଅହମ୍ମଦାବାଦ ଟ୍ରେନ ଯୋଗେ ଘରକୁ ଫେରିବା ପାଇଁ ଟ୍ରେନ ଚଢି ଥିଲେ। କିନ୍ତୁ ଘଟଣା କ୍ରମରେ ଟ୍ରକ ଡ଼୍ରାଇଭର ଠାରୁ  ଟଙ୍କା ଚୋରି କରିବା ଅଭିଯୋଗରେ ଟ୍ରକ ଡ଼୍ରାଇଭର ଜଣଙ୍କ କୁନାର ସ୍ତ୍ରୀକୁ  ଫୋନରେ ଘଟଣା ସମ୍ପର୍କରେ ଜଣାଇ ଟଙ୍କା ମାଗିଥିବା ଏବଂ ପରେ ସେମାନଙ୍କ ମୋବାଇଲ ସୁଇଚ ଅଫ ହେବା ପରେ କୁନାଙ୍କ ନିଖୋଜ ନେଇ କୈାଣସି ସୁରାକ ପରିବାର ପାଇ ପାରିନଥିବା ଗୋଳନ୍ଥରା ପୁଲିସକୁ ଅବଗତ କରାଇଥିଲେ। ପୁଲିସ ପକ୍ଷରୁ ଡ୍ରାଇଭରର ଫୋନ୍ ନମ୍ୱରକୁ ଟ୍ରାକିଂ କରି ଆଜି ସକାଳେ ଗିରଫ କରିବା ପରେ ହତ୍ୟାରେ ସମ୍ପୃକ୍ତ ରହିଥିବା ଡ୍ରାଇଭର ଶଶିକାନ୍ତ ଓ ହେଲପର କମଳାକାନ୍ତଙ୍କ ଠାରୁ ଘଟଣା ନେଇ ସମସ୍ତ ତଥ୍ୟ ପୁଲିସ ସମ୍ମୁଖରେ ଉପସ୍ଥାପନ କରିଥିଲେ।
ମୃତକ କୁନାଙ୍କୁ ସେମାନେ ଗତ ଅଗଷ୍ଟ ୩୧ ତାରିଖ ଅପରାହ୍ନ ୩ଟା ବେଳେ ସାଙ୍କୁ ସାଲୁର ଘାଟି ରାସ୍ତାରେ ମିଶିଥିଲେ। କୁନା ନିକଟରେ ଟଙ୍କା ନଥିବା ଓ ସେ କିଛି ଖାଇନଥିବା କହିବା ପରେ ସେମାନେ ତାକୁ ଖାଇବାକୁ ଦେବା ସହ ଟ୍ରକରେ ଶୋଇବାକୁ ଜାଗା ଦେଇଥିଲେ। କିନ୍ତୁ କୁନା ଟ୍ରକରେରେ ଡ୍ରାଇଭର ଶଶିକାନ୍ତଙ୍କ ପର୍ସକୁ ଚୋରାଇବା ସହ ସେଥିରୁ ୨୬୦୦ ଟଂକା ବାହର କରି ନିଜ ପକେଟରେ ରଖିବା ସହ ପର୍ସରେ ଥିବା ୧୦ ହଜାର ସହ ପର୍ସକୁ କେଉଁଠାରେ ଲୁଚାଇ ଦେଇଥିଲେ। ଶଶିକାନ୍ତ ଟ୍ରକକୁ ଆସି ପର୍ସ ନପାଇବାରୁ କୁନାଙ୍କୁ ସନ୍ଦେହ କରିବା ସହ ପଚରାଉଚରା କରିଥିଲେ, କିନ୍ତୁ କୁନା ସନ୍ତୋଷ ଜନକ ଉତ୍ତର ନଦେବାରୁ କୁନାର ହାତକୁ ଏକ ରୁମାଲରେ ବାନ୍ଧି ଟ୍ରକରେ ରଖିବା ସହ ପ୍ଲାଷ୍ଟିକ ପାଇପରେ ମାଡ଼ ମାରିଥିଲେ।ଏ ନେଇ କୁନାର ସ୍ତ୍ରୀ ମଞ୍ଜୁଲତା ସହ ଭିଡ଼ିଓ କଲରେ ଶଶିକାନ୍ତ କଥା ହେବା ସହ ଟଙ୍କା ଚୋରି ନେଇ ଅବଗତ କରାଇଥିଲେ। ସ୍ତ୍ରୀ ମଞ୍ଜୁଲତା ସେମାନଙ୍କୁ ଫୋନରେ ଟଙ୍କା ପଠାଇ ଦେବେ ବୋଲି କହିଥିଲେ। କିନ୍ତୁ ରାସ୍ତାରେ ଆସିବା ସମୟରେ କୁନାର ଶ୍ରୀକାକୁଲମ ଠାରେ ମୃତ୍ୟୁ ଘଟିଥିଲା। କୁନାର ମୃତ୍ୟୁ ହେବା ପରେ ଉଭୟେ ଶଶିକାନ୍ତ ଓ କମଳାକାନ୍ତ ଡରି ଯିବା ସହ କୁନାର ମୃତ ଦେହକୁ ଭାଲିଆଗଡ ରାସ୍ତାରେ ଫୋପାଡିବା ସହ ମୋବାଇଲ ବନ୍ଦ କରିଦେଇଥିଲେ ବୋଲି ପୁଲିସ ସମ୍ମୁଖରେ ବୟାନ ଦେଇଥିଲେ। ଏହା ସହ ମୃତକ କୁନାର ପରିବାର ପକ୍ଷରୁ ସେମାନଙ୍କୁ ଯୋଗାଯୋଗ କରାଯିବା ପରେ ଗିରଫ ହେବା ଭୟରେ ଉଭୟ ମୋବାଇଲ ସିମକୁ ଫୋପାଡି ଦେଇ ଲୁଚିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁଲିସ ପକ୍ଷରୁ ତଦନ୍ତ କରି ଶେଷରେ ଉଭୟଙ୍କୁ ଗିରଫ କରିବା ସହ ଘଟଣା ସମୟରେ ବ୍ୟବହୃତ ଟ୍ରକକୁ ମଧ୍ୟ ଜବତ କରିଥିବା ଆଇଆଇସି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories