www.samajalive.in
Tuesday, December 9, 2025
16.1 C
Bhubaneswar

ଜାତୀୟ କ୍ରୀଡା ପ୍ରତିଯୋଗିତାରେ ମାନସଙ୍କୁ ରୌପ୍ୟ ପଦକ 

ମ,ରାମପୁର: କଳାହାଣ୍ଡି ଜିଲ୍ଲା ପାଇଁ ପୁଣି ଥରେ ମାନସ ଆଣିଛନ୍ତି ଗୌରବ। ଏକ ଛୋଟ ଗାଁ ବେଲୁର ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ଜାତୀୟ କ୍ରୀଡା ପ୍ରତିଯୋଗିତାରେ ମାନସଙ୍କୁ ରୌପ୍ୟ ପଦକ ମିଳିଥିବା ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ ଗୋଛା ଡେଙ୍ଗେନ୍ ପଞ୍ଚାୟତର ବେଲୁର ଗ୍ରାମର ପତି ରାମ ମାଝୀ ଓ ମମତା ମାଝୀଙ୍କ ପୁତ୍ର ମାନସ ରଞ୍ଜନ ମାଝୀ ଜାତୀୟ କ୍ରୀଡା ପ୍ରତିଯୋଗିତା (ଇଷ୍ଟ ଜୋନ) ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଗତକାଲି ଓ ଆଜି ଅନୁଷ୍ଠିତ ହେଇଥିବା କ୍ରୀଡା ପ୍ରତିଯୋଗିତାର ଲମ୍ବ ଡିଆଁ, ଷାଠିଏ ମିଟର ଓ ଛଅ ଶହ ମିଟର ଦୌଡ, ହଡଳସ, ସର୍ଟ ଫୁଟରେ ଭାଗ ନେଇ ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ପାଇଛନ୍ତି। ଏହି ପ୍ରତିଯୋଗୀତାରେ  ଓଡ଼ିଶା, ଆସାମ, ବିହାର, ଝାରଖଣ୍ଡ, ପଶ୍ଚିମ ବଙ୍ଗ, ସିକିମ ରାଜ୍ୟର ପ୍ରତିଯୋଗିତା ମାନେ  ଅଂଶ ଗ୍ରହଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories