www.samajalive.in
Tuesday, December 9, 2025
16.1 C
Bhubaneswar

ପତ୍ନୀହନ୍ତାକୁ ଆଜୀବନ ଜେଲ୍‌‌

କେନ୍ଦୁଝରଗଡ଼: ସାମାନ୍ୟ ଘରୋଇ କଳହକୁ କେନ୍ଦ୍ର କରି ପତ୍ନୀକୁ ହତ୍ୟା କରିଥିବା ସ୍ୱାମୀକୁ ଜିଲା ଓ ଦୌରାଜଜ୍‌‌ କେନ୍ଦୁଝର ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍‌‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସଦର ଥାନା ଗୋପୀନାଥପୁର ଫାର୍ମସାହିର ଦିଲ୍ଲୀପ ବେଣ୍ଟକାର(୪୪)ଙ୍କର ପତ୍ନୀ ସବିତାଙ୍କ ସହ ୨୦୨୧ ମସିହା ଜାନୁଆରୀ ୬ ତାରିଖ ସନ୍ଧ୍ୟାରେ ସାମାନ୍ୟ କଥାକୁ କେନ୍ଦ୍ର କରି ଝଗଡ଼ା ହୋଇଥିଲା। ଏଥିରେ ସ୍ୱାମୀ ଦିଲ୍ଲୀପ ଉତ୍‌‌କ୍ଷିପ୍ତ ହୋଇ ପତ୍ନୀ ସବିତାଙ୍କୁ ଲକ୍ଷ୍ମୀପୂଜା ପେଣ୍ଡାଲ ନିକଟରୁ ପ୍ରଥମେ ବାଡେଇ ବାଡେଇ ଘର ପର୍ଯ୍ୟନ୍ତ ଘୋଷାଡ଼ି ଆଣିବା ପରେ ଇଟାରେ ଛେଚି ହତ୍ୟା କରିଥିଲେ। ଏନେଇ ମୃତ ସବିତାଙ୍କ ଭାଇ ମଧୁସୂଦନ ପରଦିନ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇ ଅଭିଯୁକ୍ତ ଦିଲ୍ଲୀପକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲାରେ ମୋଟ ୧୧ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଜିଲା ଓ ଦୌରାଜଜ୍‌‌ କେନ୍ଦୁଝର ଅଶୋକ କୁମାର ପଣ୍ଡା ଅଭିଯୁକ୍ତ ଦିଲ୍ଲୀପକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୫ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୧ମାସ ଜେଲ୍‌‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ମୃତ ସବିତାଙ୍କ ୨ପୁଅ ଓ ଗୋଟିଏ ଝିଅର ଭରଣପୋଷଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଜିଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଥିବା ମକଦ୍ଦମା ପରିଚାଳନା କରୁଥିବା ପବ୍ଲିକ୍‌‌ ପ୍ରୋସିକ୍ୟୁଟର ପ୍ରଦୀପ କୁମାର ଦାସ ଜଣାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories