www.samajalive.in
Monday, December 8, 2025
17.1 C
Bhubaneswar

ଶ୍ରୀଜେଶ ମୁଖ୍ୟ ପ୍ରଶିକ୍ଷକ, ଓଡ଼ିଶାରୁ ୩ ଜଣ

ନୂଆଦିଲ୍ଲୀ,: ଜାପାନରେ ଚଳିତ ଅକ୍ଟୋବର ୧୯ରୁ ସୁଲତାନ ଜୋହର କପ୍‌ ୨୧ ବର୍ଷରୁ କମ୍‌ ଜୁନିୟର ପୁରୁଷ ହକି ଲାଗି ହକି ଇଣ୍ଡିଆ ପକ୍ଷରୁ ରବିବାର ୧୮ଜଣିଆ ଭାରତୀୟ ଦଳ ମନୋନୟନ କରାଯାଇଛି। ପ୍ୟାରିସ ଅଲିମ୍ପିକ୍‌ସ ପରେ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଥିବା ପୂର୍ବତନ ଗୋଲରକ୍ଷକ ପି.ଆର ଶ୍ରୀଜେଶଙ୍କୁ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ଶ୍ରୀଜେଶଙ୍କ ପ୍ରଶିକ୍ଷଣରେ ଭାରତ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ଖେଳିବାକୁ ଯାଉଛି। ଡିଫେଣ୍ଡର ଅମୀର ଅଲ୍ଲୀ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଦଳରେ ୩ ଓଡ଼ିଆ ଖେଳାଳି ଅନ୍‌ମୋଲ ଏକ୍କା, ରୋଶନ କୁଜୁର, ମୁକେଶ ଟପ୍ପୋ ସ୍ଥାନ ପାଇଛନ୍ତି। ପ୍ରତିଯୋଗିତାରେ ଆୟୋଜକ ଜାପାନ ସହ ଭାରତ, ଗ୍ରେଟ୍‌ ବ୍ରିଟେନ, ମାଲେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଦଳ ଅଂଶଗ୍ରହଣ କରିବେ। ପ୍ରତିଯୋଗିତା ରାଉଣ୍ଡରବିନ ଲିଗ୍‌ ଭିତ୍ତିରେ ଖେଳାଯିବ। ଶ୍ରେଷ୍ଠ ଦୁଇ ଦଳ ଫାଇନାଲକୁ ଉନ୍ନୀତ ହେବେ।

ଭାରତୀୟ କନିଷ୍ଠ ହକି ଦଳ

- Advertisement -

ବିକ୍ରମଜିତ ସିଂହ, ଅଲ୍ଲୀ ଖାଁ (ଉଭ​‌େ​‌ୟ ଗୋଲ୍‌ ରକ୍ଷକ), ଆମିର ଅଲୀ (ଅଧିନାୟକ), ତାଲିମ ପ୍ରିୟବ୍ରତ, ଶ୍ରଦ୍ଧାନନ୍ଦ ତିୱାରୀ, ସୁଖବିନ୍ଦର, ଅନମୋଲ ଏକ୍କା, ରୋହିତ (ଉପଅଧିନାୟକ) (ସମସ୍ତେ ଡିଫେଣ୍ଡର), ଅଙ୍କିତ ପାଲ, ମନମିତ ସିଂହ, ରୋଶନ କୁଜୁର, ମୁକେଶ ଟପ୍ପୋ, ଚନ୍ଦନ ଯାଦବ (ସମସ୍ତେ ମିଡ୍‌ଫିଲଡର), ଗୁର୍‌ଜ୍ୟୋତ ସିଂହ, ଅର୍ଶଦୀପ୍‌ ସିଂହ, ସୌରଭ ଆନନ୍ଦ ଖୁସୱା, ଦିଲ୍‌ରାଜ ସିଂହ, ମହମ୍ମଦ କୋନାୟନ ଦାଦ୍‌ (ସମସ୍ତେ ଫରୱାର୍ଡ)।

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories