www.samajalive.in
Tuesday, December 9, 2025
16.1 C
Bhubaneswar

ଲୋକଙ୍କୁ ସବୁ ସମୟରେ ନ୍ୟାୟ ମିଳିବ, ଏମିତି ନୁହେଁ ଯେ ରାତିରେ ଆସିଲେ ଅଭିଯୋଗ ଶୁଣାଯିବନି: ପୁଲିସ କମିଶନର

ସମାଜ ଡିଜିଟାଲ ଡେସ୍କ: ଭରତପୁର ଥାନା ଘଟଣା ସଂପର୍କରେ ନୂଆ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂହ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏବେ ଘଟଣାର ଦୁଇ ପ୍ରକାର ତଦନ୍ତ ଚାଲିଛି। କ୍ରାଇମବ୍ରାଞ୍ଚ ତଦନ୍ତ ଗୋଟିଏ ପଟେ ଓ ବିଚାର ବିଭାଗୀୟ ତଦନ୍ତ ଆରପଟେ। ଏଭଳି ପରିସ୍ଥିତିରେ ପୁଲିସ କମିଶନର ଭାବେ ମୋର କିଛି ମତ ଦେବା ଉଚିତ ନୁହେଁ ବୋଲି କହିଛନ୍ତି ପୁଲିସ କମିଶନର।

ଅନ୍ୟପକ୍ଷରେ କମିଶନରେଟ ପୁଲିସରେ ଦୀର୍ଘ ବର୍ଷ ହେବ ପୁଲିସ ଅଧିକାରୀ ରହିବା ପ୍ରସଙ୍ଗରେ ପୁଲିସ କମିଶନର କହିଛନ୍ତି ଯେ, ଏ ସଂପର୍କରେ ତର୍ଜମା କରାଯିବ। ଭଲ ପ୍ରଦର୍ଶନ ଓ ଲୋକଙ୍କୁ ନ୍ୟାୟ ବ୍ୟବହାର ମାପକାଠି ହେବ। ଥାନାକୁ ଆସୁଥିବା ଲୋକଙ୍କୁ ସବୁ ସମୟରେ ନ୍ୟାୟ ମିଳିବ। ଏପରି ନୁହେଁ ରାତିରେ ଆସିଲେ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି କହିଛନ୍ତି ପୁଲିସ କମିଶନର।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories