www.samajalive.in
Monday, December 8, 2025
24.1 C
Bhubaneswar

ଏଇଟା ସୁପ୍ରିମକୋର୍ଟ, କଫି ଶପ୍‌ ନୁହେଁ: ଆଇନଜୀବୀଙ୍କୁ ଏମିତି ତାଗିଦ କଲେ ସିଜେଆଇ

ସମାଜ ଡିଜିଟାଲ ଡେସ୍କ: ଏଇଟା ସୁପ୍ରିମକୋର୍ଟ। କଫି ଶପ୍‌ ନୁହେଁ। ଏଠାରେ ୟେଃ, ୟେଃ, ୟେଃ, ୟେଃ କୁହନ୍ତୁନି। ୟେସ୍‌ କୁହନ୍ତୁ। ଏମିତି କଡ଼ା ଭାଷାରେ ଜଣେ ଆଇନଜୀବୀଙ୍କୁ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼।

ସୋମବାର ସୁପ୍ରିମକୋର୍ଟରେ ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆଗତ ଏକ ପିଟିସନର ଶୁଣାଣି ହେଉଥିଲା। ଏହି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଜଣେ ଆଇନଜୀବୀ ପୂର୍ବତନ ସିଜେଆଇଙ୍କ ବିରୋଧରେ ତଦନ୍ତ ଦାବି କରିଥିଲେ। ତେବେ ସିଜେଆଇ ଚନ୍ଦ୍ରଚୂଡ଼ ଆଇନଜୀବୀଙ୍କୁ ଏକ ପ୍ରଶ୍ନ କରିଥିଲେ। ପ୍ରଶ୍ନର ଉତ୍ତରରେ ଆଇନଜୀବୀ ଜଣକ ୟେଃ, ୟେଃ, ୟେଃ, ୟେଃ କହିଥିଲେ। ଏହା ଶୁଣି ସିଜେଆଇ ଉକ୍ତ ଆଇନଜୀବୀଙ୍କୁ କଡ଼ା ଶବ୍ଦରେ ଭର୍ତ୍ସନା କରିବା ସହିତ ଏହା କୋର୍ଟ, କଫି ଶପ୍‌ ନୁହେଁ ଯେ ୟେଃ, ୟେଃ, ୟେଃ, ୟେଃ କହିବ। ୟେସ୍‌ କୁହ। ଏହା ପରେ ଉକ୍ତ ଆଇନଜୀବୀ କ୍ଷମାପ୍ରାର୍ଥନା କରି ଆଗକୁ ବଢ଼ିଥିଲେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories