www.samajalive.in
Monday, December 8, 2025
24.1 C
Bhubaneswar

ଚମତ୍କାର କ୍ୟାଚ୍‌‌ ଧରିଲେ ଅଧିନାୟକ ରୋହିତ ଶର୍ମା

ନୂଆଦିଲ୍ଲୀ: କାନପୁରରେ ଚାଲିଥିବା ଭାରତ-ବାଂଲାଦେଶ ଟେଷ୍ଟ ସିରିଜରେ ଚତୁର୍ଥ ଦିନରେ ଭାରତୀୟ ଦଳ ପ୍ରାରମ୍ଭିକ ୱିକେଟ୍‌‌ ନେଇଥିଲା। ମ୍ୟାଚ ଆରମ୍ଭରୁ ପ୍ରଥମ ୱିକେଟ ନେଇଥିଲେ ଯଶପ୍ରୀତ ବୁମ୍ରା। ପରେ ମହମ୍ମଦ ସିରାଜ ଆସିଥିଲେ ବୋଲିଂ କରିବାକୁ। ସିରାଜ ବୋଲିଂ କରିବାବେଳେ ଚମତ୍କାର କ୍ୟାଚ ଧରିଥିଲେ ଅଧିନାୟକ ରୋହିତ ଶର୍ମା। ଫଳରେ ବାଂଲାଦେଶ ଖେଳାଳି ଲିଟନ୍‌‌ ଦାସଙ୍କୁ ଆଉଟ ହେବାକୁ ପଡ଼ିଥିଲା। ଏହି କ୍ୟାଚ ଦେଖି ଭାରତୀୟ କ୍ରିକେଟ ପ୍ରଶଂସକମାନେ ରୋହିତଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି। ପ୍ରଥମ ଦିନର ୩୫ଓଭର ଖେଳ ପରେ ଲଗାତାର ଦୁଇ ଦିନ ବର୍ଷା ଯୋଗୁଁଁ ମ୍ୟାଚ ହୋଇପାରିନଥିଲା। ଚତୁର୍ଥ ଦିନ ଖେଳ ଆରମ୍ଭରୁ ଅଧିନାୟକ ରୋହିତ ଶର୍ମା ଏକ ଚମତ୍କାର କ୍ୟାଚ ଧରିଥିଲେ। ସିରାଜଙ୍କ ବଲରେ ବାଂଲାଦେଶ ବ୍ୟାଟ୍ସମ୍ୟାନ ଲିଟନ୍‌‌ ଦାସ ଆକ୍ରମଣାତ୍ମକ ଶଟ୍‌‌ ମାରିଥିଲେ ମଧ୍ୟ ସେ ରୋହିତଙ୍କ ହାତରୁ ବର୍ତ୍ତିପାରିନଥିଲେ। ରୋହିତ ଗୋଟିଏ ହାତରେ ଏଭଳି ଡେଇଁ କ୍ୟାଚ ଧରିଥିଲେ ଯାହା ସଭିଁଙ୍କୁ ଚକିତ କରିଦେଇଛି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories