www.samajalive.in
Monday, December 8, 2025
27.1 C
Bhubaneswar

ଆଜିଠୁ ଦେଖାଯିବ ‘କ୍ଷୁଦ୍ର ଚନ୍ଦ୍ର’

ନୂଆଦିଲ୍ଲୀ: ରବିବାର ମଧ୍ୟରାତ୍ରୀରୁ ବିଶ୍ବବାସୀ ବିକଳ୍ପ ଚନ୍ଦ୍ର ଅର୍ଥାତ୍‌ କ୍ଷୁଦ୍ର ଚନ୍ଦ୍ର ଦେଖିବାର ସୁଯୋଗ ପାଇବେ। ଏହାକୁ ‘୨୦୨୪ ପିଟି୫’ ନାମରେ ନାମିତ କରାଯାଇଛି। ୧୦ ମିଟର ବ୍ୟାସ ବିଶିଷ୍ଟ ଏହି କ୍ଷୁଦ୍ର ଚନ୍ଦ୍ର ୫୩ ଦିନ ପର୍ଯ୍ୟନ୍ତ ପୃଥିବୀକୁ ପ୍ରଦକ୍ଷିଣ କରିବା ପରେ ସୌରମଣ୍ଡଳକୁ ଫେରିଯିବ ବୋଲି କୁହାଯାଇଛି। ଦୃଶ୍ୟମାନ ହେଉଥିବା ପୃଥିବୀର ଏକମାତ୍ର ଉପଗ୍ରହ ଚନ୍ଦ୍ରର ଆକାରଠାରୁ ଏହି କ୍ଷୁଦ୍ର ଚନ୍ଦ୍ର ୩.୫ ଲକ୍ଷ ଗୁଣ କମ ବୋଲି ମହାକାଶ ବିଜ୍ଞାନୀମାନେ ସୂଚନା ଦେଇଛନ୍ତି। ତେବେ ଖାଲି ଆଖିରେ କିମ୍ବା ସାଧାରଣ ଦୂରବୀକ୍ଷଣ ଯନ୍ତ୍ରରେ ଏହା ଦୃଶ୍ୟମାନ ହେବ ନାହିଁ। ସ୍ବତନ୍ତ୍ର ଟେଲିସ୍କୋପ୍‌ ସାହାଯ୍ୟରେ ହିଁ ଏହି କ୍ଷୁଦ୍ର ଚନ୍ଦ୍ରକୁ ଦେଖିହେବ। ଏହି ଟେଲିସ୍କୋପ୍‌ର ବ୍ୟାସ ଅତି କମରେ ୩୦ ଇଞ୍ଚ ହୋଇଥିବାବେଳେ ସେଥିରେ ସିସିଡି କିମ୍ବା ସିଏମଓଏସ ଡିଟେକ୍ଟର ଖଞ୍ଜା ଯାଇଥିବ। ଶନି ଗ୍ରହର ସର୍ବାଧିକ ୧୪୬ ଉପଗ୍ରହ ଥିବାବେଳେ ବୃହସ୍ପତିର ୯୫ ଉପଗ୍ରହ ରହିଛି। ଏହି କ୍ଷୁଦ୍ର ଚନ୍ଦ୍ରକୁ ଅନୁଧ୍ୟାନ କରୁଥିବା ଇସ୍ରୋ ବୈଜ୍ଞାନିକମାନେ କହିଛନ୍ତି ଯେ ପୃଥିବୀ ସହ ଏହା ଧକ୍କା ହେବାର କୌଣସି ସମ୍ଭାବନା ନାହିଁ। ସୂଚନାଯୋଗ୍ୟ ୨୦୨୪ ଅଗଷ୍ଟ ୭ରେ ନାସା ବୈଜ୍ଞାନିକମାନେ ଏହି କ୍ଷୁଦ୍ର ଚନ୍ଦ୍ରକୁ ପ୍ରଥମେ ଆବିଷ୍କାର କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories