www.samajalive.in
Monday, December 8, 2025
27.1 C
Bhubaneswar

ମୋଦୀ ଚାହିଁଲେ ସବୁ ସମ୍ଭବ – ୧୧୨ ଦିନରେ ହେଲା ୮୦ କୋଟି ଚାରାରୋପଣ

ଡେସ୍କ: ପୁଣି ଏକ ସଫଳତା ଏହା ପ୍ରମାଣ କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୋଟିଏ ଆହ୍ୱାନରେ ଦେଶବାସୀ କିଭଳି ଭାବେ ଲକ୍ଷ୍ୟ ପୂରଣ ଦିଗରେ ଆଗେଇ ଆସନ୍ତି। ମାତ୍ର ୧୧୨ ଦିନରେ ସାରା ଦେଶରେ ୮୦ କୋଟିରୁ ଅଧିକ ସଂଖ୍ୟକ ଚାରାରୋପଣ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଜୁନ ୫ରେ ବିଶ୍ୱ ପରିବେଶ ଦିବସ ଅବସରରେ ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ଏକ ବୋଧି ବୃକ୍ଷର ଚାରା ରୋପଣ କରି ‘ମାଆଙ୍କ ନାମରେ ଗୋଟିଏ ଗଛ’ ନାମକ ଅଭିନବ ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ଅଭିଯାନରେ ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ୮୦ କୋଟି ଚାରାରୋପଣ ଲକ୍ଷ୍ୟ ରଖାଯାଇଥିବା ବେଳେ ଧାର୍ଯ୍ୟ ଦିବସର ପାଞ୍ଚ ଦିନ ପୂର୍ବରୁ ଅର୍ଥାତ ସେପ୍ଟେମ୍ବର ୨୫ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ ହୋଇପାରିଛି ।

- Advertisement -

ଅନ୍ୟପକ୍ଷରେ ସେପ୍ଟେମ୍ବର ୨୨ରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନରେ ଥିବା ଇକୋଲୋଜିକାଲ ଟାସ୍କ ଫୋର୍ସ ଅଫ ଦ ଟେରିଟୋରିଆଲ ଆର୍ମି ଓ ୧୨୮ ଇନଫାଣ୍ଟି୍ର ବାଟାଲିୟନ ମିଳିତ ଭାବେ ମାତ୍ର ଏକ ଘଣ୍ଟାରେ ୫ ଲକ୍ଷ ଚାରାରୋପଣ କରି ରେକର୍ଡ କରିଛନ୍ତି। ପ୍ରଧାନମନ୍ତ୍ରୀ ‘ମାଆଙ୍କ ନାମରେ ଗୋଟିଏ ଗଛ’ ଅଭିଯାନ ଅଧୀନରେ ଟେରିଟୋରିଆଲ ଆର୍ମି ‘ଭାଗିଦାରୀ ଏବଂ ଜିମ୍ମେଦାରୀ’ କାର୍ଯ୍ୟକ୍ରମରେ ଜୟସାଲମର ସ୍ୱତନ୍ତ୍ର ବୃକ୍ଷରୋପଣ ଅଭିଯାନରେ ଏହି ରେକର୍ଡ କରିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories