www.samajalive.in
Friday, December 5, 2025
23.1 C
Bhubaneswar

ଦକ୍ଷିଣ କୋରିଆ ସହ ମିଶ୍ରଣ ପାଇଁ ଉତ୍ତର କୋରିଆରରେ ସନ୍ଦେଶ

ସିଓଲ( ଦକ୍ଷିଣ କୋରିଆ): ଦକ୍ଷିଣ କୋରିଆ ସହ ମିଶି ଗୋଟିଏ ରାଷ୍ଟ୍ର ନିର୍ମାଣ ପାଇଁ ଉତ୍ତର କୋରିଆ ପକ୍ଷରୁ ନିଆରା ପ୍ରୟାସ ଆରମ୍ଭ କରାଯାଇଛି । ଉତ୍ତର କୋରିଆର ସରକାରୀ ଗଣ ମାଧ୍ୟମରେ ଏ ନେଇ ଏକ ଖବର ପ୍ରକାଶ ପାଇଛି । ୭୦ ବର୍ଷ ତଳେ ଅଲଗା ହୋଇଥିବା ଦୁଇ ଭୂଖଣ୍ଡ ଏବେ ଏକାଠି ହେବାର ସମୟ ଆସିଛି । ସମସ୍ତ କୋରିଆ ବାସିନ୍ଦା ଏଥିପାଇଁ ପ୍ରୟାସ ଆରମ୍ଭ କରିବା ଉଚିତ ବୋଲି ଉତ୍ତର କୋରିଆ ରାଜଧାନୀ ପୋୟଙ୍ଗୟାଙ୍ଗରୁ ପ୍ରକାଶିତ ହେଉଥିବା ସରକାରୀ ଖବର କାଗଜରେ ଏ ସମ୍ପର୍କରେ ଖବର ପ୍ରକାଶିତ ହୋଇଥିବା କଥା ଅନ୍ତର୍ଜାତୀୟ ଖବର ପ୍ରସାରଣ ସଂସ୍ଥା ରଏଟର ସହ ବ୍ରିଟେନର ଅନେକ ଖବର ପ୍ରସାରଣ ସଂସ୍ଥା ଏହି ଖବର ପ୍ରକାଶତି କରିଛନ୍ତି ।

ଦୁଇ ଦେଶର ମିଶ୍ରଣ ପାଇଁ ଥିବା ସମସ୍ତ ପ୍ରତିବନ୍ଧକକୁ ହଟାଇ ଦିଅ ବୋଲି ଏଥିରେ ପ୍ରକାଶିତ କରାଯାଇଛି । ଅନ୍ୟ କୌଣସି ବିଦେଶୀ ଶକ୍ତିର ସାହାଯ୍ୟ ବିନା ଏହା କରାଯାଉ ବୋଲି ଉତ୍ତର କୋରିଆର ସରକାରୀ ଗଣ ମାଧ୍ୟମରେ ଏହି ଖବର ପ୍ରକାଶିତ ହୋଇଛି ।

- Advertisement -

କିଛି ଦିନ ତଳେ ଉତ୍ତର ଓ ଦକ୍ଷିଣ କୋରିଆ ଗୋଟିଏ ପତାକା ତଳେ ଫେବୃଆରୀରେ ଅନୁଷ୍ଠିତ ହେବାକୁ ଥିବା ଶୀତକାଳୀନ ଅଲମ୍ପିକରେ ଅଂଶ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେବା ପରେ ଏହି ଖବର ପ୍ରକାଶିତ ହୋଇଛି । ଏହି ଖବରରେ ଦେଶରେ ଓ ବିଦେଶରେ ଥିବା ସମସ୍ତ କୋରିଆର ନାଗରିକ ଏଥିପାଇଁ ଚେଷ୍ଟା କରିବା ଦରକାର ବୋଲି କହିଛନ୍ତି । ଦକ୍ଷଣ କୋରିଆରେ କରାଯାଉଥିବା ସେନା ଓ ଅସ୍ତ୍ରଶସ୍ତ୍ର ବିକାଶ କେବଳ ବିଦେଶୀ ଶକ୍ତିଙ୍କୁ ସାହାଯ୍ୟ କରିବ , ଅଲଗା ହୋଇଥିବା ଦୁଇ ଦେଶ ଏକାଠି ହୋଇ ଏହି ଅଞ୍ଚଳର ବିକାଶ କରିବା ଆବଶ୍ୟକ ବୋଲି ଏଥିରେ ଉଲ୍ଲେଖ ରହିଛି । ଉତ୍ତର କୋରିଆ ସରକାର ଓ ରାଜନୈତିକ ଦଳମାନଙ୍କର ଏକ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । କୋରିଆ ଉପମହାଦ୍ୱୀପରେ ଉତ୍ତେଜନା କମ କରିବା ସହ ଶାନ୍ତି ପ୍ରତିଷ୍ଠା ପାଇଁ ଏହି ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଅଛି ବୋଲି ଏଥିରେ ପ୍ରକାଶିତ ହୋଇଛି ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories