www.samajalive.in
Friday, December 5, 2025
23.1 C
Bhubaneswar

କୃତ୍ରିମ ଉପଗ୍ରହ ପ୍ରେରଣ ପାଇଁ ଜାପାନ ବ୍ୟବହାର କଲା ସବୁଠାରୁ କ୍ଷୁଦ୍ର ରକେଟ

ଟୋକିଓ: ରକେଟ ସାହାଯ୍ୟରେ ମହାକାଶକୁ କୃତ୍ରିମ ଉପଗ୍ରହ ପ୍ରେରଣ କରାଯାଇଥାଏ। ଏଥିପାଇଁ ବିଶାଳକାୟ ରକେଟକୁ ବ୍ୟବହାର କରାଯାଏ । ମାତ୍ର ଏବେ ମହାକାଶକୁ କୃତ୍ରିମ ଉପଗ୍ରହ ପ୍ରେରଣ ପାଇଁ କ୍ଷୁଦ୍ର ରକେଟ ବ୍ୟବହାର କରିିଛି ଜାପାନ । ଜାପାନର ମହାକାଶ ଗବେଷଣା ସଂସ୍ଥା ବିଶ୍ୱର ସବୁଠାରୁ ଛୋଟ ରକେଟ ବ୍ୟବହାର କରିଥିବା ସୂଚନା ଦେଇଛି ।ଏସ୍‌ଏସ୍‌-୫୨୦ ନାମକ ଏହି କ୍ଷୁଦ୍ର ରକେଟ ମହାକାଶକୁ ତିନୋଟି କୃତ୍ରିମ ଉପଗ୍ରହ ପ୍ରେରଣ କରିିଛି । ଏହି କୃତ୍ରିମ ଉପଗ୍ରହ ଗୁଡିକ ବି ଛୋଟ ଆକାରର । କୃତ୍ରିମ ଉପଗ୍ରହ ଆକାର ମାତ୍ର ଏକ ଫୁଟରୁ ଅଳ୍ପ ଅଧିକ ହୋଇଥିବା ବେଳେ ଓଜନ ମାତ୍ର ତିନି କିଲୋ । ଗତ ବର୍ଷ ଜାପାନର ମହାକାଶକୁ କୃତ୍ରିମ ଉପଗ୍ରହ ପ୍ରେରଣ ସଫଳ ହୋଇ ନ ଥିଲା । ମାତ୍ର ଏହି ଉପଗ୍ରହ ପ୍ରେରଣ ସଫଳ ହୋଇଛି ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories