www.samajalive.in
Monday, December 8, 2025
24.1 C
Bhubaneswar

ଦୁଇଟି ଅଭାବନୀୟ ଘଟଣା : ଦିଅର ହାତରେ ଭାଉଜର ମୃତ୍ୟୁ, ନାତି ହାତରେ ଜେଜେବାପା ମୃତ

ଦ୍ୱାରଶୁଣି/ଵଡସାହି : ମୟୂରଭଞ୍ଜ ଜିଲାରେ ଦୁଇଟି ଅଭାବନୀୟ ଘଟଣା ଘଟିଯାଇଥିବା ଜଣା ପଡିଛି। ଝରପୋଖରୀଆ ଥାନ ଅନ୍ତର୍ଗତ ପାକଟିଆ ଗାଁରେ ଜଣେ ଦିଅର ତାର ଭାଉଜକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲାବେଳେ  ବେତନଟୀ ଥାନା ଅନ୍ତର୍ଗତ ଦାନ୍ତିଆମୁହାଁ ଗ୍ରାମରେ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ତାର ଜେଜେବାପାକୁ ଏକ କାଠ ମୋଗରରେ ପିଟି ପିଟି ହତ୍ୟା କରିଥିବା ଜଣାପଡିଛି। ସୂଚନା ମୁତାବକ, ପୂର୍ବରୁ ପାକଟିଆ ଗାଁରେ ଦିଅର ଭାଉଜ ମଧ୍ୟରେ ଟଙ୍କା କରଜକୁ ନେଇ ବିବାଦ ଲାଗି ରହିଥିଲା ବେଳେ ଗତ କାଲି ରବିବାର ରାତିରେ ଦିଅର କୁକୁଡ଼ା ମାଂସ କାଟୁଥିବା ବେଳେ ଭାଉଜ ଟଙ୍କା ମାଗିବାରୁ ଦିଅର କୁରାଡିରେ ଭାଉଜକୁ ହତ୍ୟା କରିଥିଲା ଏବଂ ଘଟଣା ସ୍ଥାନରେ ଭାଉଜ ସୁକଦେବୀ ନାୟକ(୩୦)ଙ୍କର ମୁତ୍ୟୁ ହୋଇଯାଇଥିଲା। ହତ୍ୟାପରେ ଦିଅର ଜଗନ୍ନାଥ ନାୟକ(୨୩) ସକାଳୁ ଥାନରେ ଆତ୍ମସମ୍ପ୍ରଣ କରିଛି।

ସେହିପରି ବେତନଟୀ ଥାନ ଅନ୍ତର୍ଗତ ଦାନ୍ତିଆମୁହାଁ ଗାଁରେ  ଜଣେ ଯୁବକ ହାଟରୁ ହାଣ୍ଡିଆ ପିଇ ଆସିବା ପରେ ନିଶାସକ୍ତ ଅବସ୍ଥାରେ ତାର ଜେଜେବାପାକୁ ଏକ କାଠ ମୋଗରରେ ପିଟି ପିଟି ହତ୍ୟା କରିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ନାତିକୁ ଗିରଫ କରିଛି। ସୂଚନା ଅନୁଯାୟୀ,ରବିବାର ଥିଲା ବେତନଟୀ ଥାନା ଅନ୍ତର୍ଗତ ଦାନ୍ତିଆମୁହାଁ ସାପ୍ତାହିକ ହାଟ। ଏହି ହାଟକୁ ଯାଇ ଗାଁର ବେଣୁଧର ଦେହୁରୀ(୭୦)ଙ୍କ ନାତି କାଳିଆ ଓରଫ ରାମଚନ୍ଦ୍ର ଦେହୁରୀ(୨୫) ହାଣ୍ଡିଆ ପିଇ ସନ୍ଧ୍ୟାରେ ଆସିଥିଲା। ପରେ ନିଶାସକ୍ତ ଅବସ୍ଥାରେ ଜେଜେବାପାଙ୍କୁ ମକର ଖର୍ଚ୍ଚ ପାଇଁ ୧୦୦୦ଟଙ୍କା ମାଗିଥିଲା। ଜେଜେବାପା ଟଙ୍କା ଦେବାକୁ ମନା କରି ଦେବାରୁ କାଳିଆ ଘରର ସାମଗ୍ରୀ ଫୋପଡ଼ା ଫିଙ୍ଗା କରିବା ସହିତ ଜେଜେମାଆ ରମା ଦେହୁରୀଙ୍କୁ ମାଡ଼ ମାରିଥିଲା। ସ୍ତ୍ରୀଙ୍କୁ ମାଡ଼ ହେଉଥିବା ଦେଖି ସ୍ୱାମୀ ବେଣୁଧର ଦେହୁରୀ ଏହାକୁ ବିରୋଧ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କାଳିଆ ଏକ କାଠ ମୋଗର୍‌ରେ ବେଣୁଧରଙ୍କୁ ପିଟିଥିଲା। ବେଣୁଧର ପଡ଼ିଯିବା ପରେ ତାଙ୍କ ବେକରେ ଏହି କାଠ ମୋଗର୍‌ ପକାଇ ଚିପି ଧରି କାଳିଆ ଜେଜେ ବେଣୁଧରଙ୍କୁ ହତ୍ୟା କରିଥିଲା। ଖବରପାଇ ବେତନଟୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଅଭିଯୁକ୍ତ କାଳିଆ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ତାଙ୍କୁ ଧରି ଏକ ଗଛରେ ବାନ୍ଧି ଦେଇଥିବା ଜଣାପଡିଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories