www.samajalive.in
Monday, December 8, 2025
17.1 C
Bhubaneswar

ଜଳସାଥୀଙ୍କ ପାଇଁ ୨ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେସ୍କ: ସହରାଂଚଳ ପରିଚାଳନା କେନ୍ଦ୍ର ବୈଷୟିକ ସହାୟତାରେ ଓଡ଼ିଶା ଅର୍ବାନ ଏକାଡେମୀ ପକ୍ଷରୁ ଜଳସାଥୀଙ୍କ ପାଇଁ ଦୁଇ ଦିନିଆ ଦକ୍ଷତା ଉନ୍ନତୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ସହରାଞ୍ଚଳରେ ଜଳ ସେବାର ଦକ୍ଷ ଏବଂ ସ୍ଥାୟୀ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଜଳସାଥୀଙ୍କୁ ଉନ୍ନତ ଦକ୍ଷତା ଏବଂ ଜ୍ଞାନ ସହିତ ସଶକ୍ତ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ୨ ଦିନିଆ ପ୍ରଶିକ୍ଷଣରେ ଭାଗ ନେଇଥିବା ଜଳସାଥୀ ପ୍ରଶିକ୍ଷଣର୍ଥୀଙ୍କ ସହ ଆଲୋଚନା କରିଥିଲେ। ଶ୍ରୀମତୀ ପାଢ଼ୀ ତାଙ୍କ ବାର୍ତ୍ତାଳାପ ସମୟରେ ଜଳସାଥୀଙ୍କ ଗୋଷ୍ଠୀ ଭିତ୍ତିକ ଜଳ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ସହ ସେମାନଙ୍କ ସମର୍ପଣକୁ ପ୍ରଶଂସା କରିଥିଲେ। ସହରାଞ୍ଚଳ ଜଳ ପ୍ରଶାସନର ବଢୁଥିବା ଚାହିଦାକୁ ପୂରଣ କରିବା ଏବଂ ଜନସାଧାରଣଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ନିରନ୍ତର ଦକ୍ଷତା ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

- Advertisement -

ଜଳସାଥି ହେଉଛି ପ୍ରଶାସନ ଓ ସମ୍ପ୍ରଦାୟ ମଧ୍ୟରେ ସେତୁ। ସେମାନଙ୍କୁ ସଠିକ୍ କୌଶଳରେ ସଜ୍ଜିତ କରି ଆମେ ଏକ ସୁଦୃଢ଼ ଜଳ ପରିଚାଳନା ବ୍ୟବସ୍ଥା ସୁନିଶ୍ଚିତ କରୁଛୁ ଯାହା ଉଭୟ ଦକ୍ଷ ଏବଂ ସ୍ଥାୟୀ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି। ଏହି କାର୍ଯ୍ୟକ୍ରମର ଭରପୂର ଫାଇଦା ଉଠାଇ ରାଜ୍ୟର ଅନ୍ତର୍ଭୁକ୍ତ ଓ ଭରସାଯୋଗ୍ୟ ଜଳ ସେବା ମିଶନରେ ପ୍ରଭାବଶାଳୀ ଯୋଗଦାନ କରିବାକୁ ସେ ପ୍ରଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories