www.samajalive.in
Monday, December 8, 2025
27.1 C
Bhubaneswar

ବ୍ରହ୍ମପୁର ଗାଁର ୩ ମନ୍ଦିରରୁ ଚୋରି: ଅଳଙ୍କାର ଊଦ୍ଧାର, ୨ଅଟକ

ଗୁରୁଡିଝାଟିଆ: ଗୋଟିଏ ରାତିରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମର ୩ମନ୍ଦିର ରୁ ଚୋରିହେବା ଘଟଣା ଗାଁରେ ଆଲୋଡନ ସୃଷ୍ଟି କରିଛି। ଏ ସଂପର୍କରେ ଗ୍ରାମବାସୀ ଅଭିଯୋଗ କରିବା ଫଳରେ ଖୁଣ୍ଟୁଣୀ ପୁଲିସ ପହଞ୍ôଚ ସାଇଣ୍ଟିଫିକ୍ ଟିମ୍ ଜରିଆରେ ତଦନ୍ତ ଚଳାଇ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିବା ସହିତ ଚୋରି ହୋଇଥିବା ସ୍ୱର୍ଣ୍ଣ ଅଳଙ୍କାରକୁ ଊର୍ଦ୍ଧ୍ବାର କରିଛି। ବ୍ରହ୍ମପୁର ଗ୍ରାମର ମା ସିଦ୍ଧ୍ୟନାରାୟଣୀ ମନ୍ଦିର ,ହନୁମାନ ମନ୍ଦିର ଓ ଲକ୍ଷ୍ମୀ ନାରାୟଣ ମନ୍ଦିରରୁ ଦୁର୍ବୁତ୍ତମାନେ ତାଲା ଭାଙ୍ଗି ସୁନାର ମୁକୁଟ, ଆଖି,ଚିତା, ନୋଥ ଚୋରି କରିନେଇଯାଇଥିଲେ। ଯାହାର ମୂଲ୍ୟ ୩ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ୍ୱର୍ ହେବ।

ଏଭଳି ଅଧାର୍ମିକ କାର୍ଯ୍ୟକୁ ନେଇ ଗ୍ରାମର ଜନସାଧାରଣଙ୍କ ଆଧ୍ୟାତ୍ମକ ଭାବନାରେ ଘୋର ଆଘାତ ଦେଇଥିଲା। ଗ୍ରାମବାସୀମାନେ ତଦନ୍ତକାରୀ ଅଧିକାରୀ ଡଃ ବିକାଶ କୁମାର ସେଠୀ ସହଯୋଗରେ ୨ ଅଭିଯୁକ୍ତଙ୍କୁ ଅଟକ ରଖିଛନ୍ତି। ମନ୍ଦିରରୁ ଚୋରି ହୋଇଥିବା ଅଳଙ୍କାର ମଧ୍ୟ ଊର୍ଦ୍ଧ୍ବାର ହୋଇଛି।ଏହି ଘଟଣାରେ ଏକାଧିକ ଅଭିଯୁକ୍ତ ତଥା ବଡ ଡକାୟତି ଗ୍ୟାଙ୍ଗ ଥିôବା ପୁଲିସ ଅନୁମାନ କରୁଥିବାରୁ ଅଟକ ଅଭିଯୁକ୍ତଙ୍କ ନାମକୁ ପ୍ରକାଶ କରାଯାଇନାହିଁ ବୋଲି ଥାନା ଅଧିକାରୀ ରବିନାରାୟଣ ବେହେରା ଗଣ ମାଧ୍ୟମକୁ କହିଛନ୍ତି।

Hot this week

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

Related Articles

Popular Categories