www.samajalive.in
Monday, December 8, 2025
27.1 C
Bhubaneswar

ହେଜବୋଲ୍ଲା ଅସ୍ତ୍ରାଗାର ନିକଟରୁ ଚାଲିଯିବାକୁ ଲେବାନନବାସୀଙ୍କୁ ଇସ୍ରାଏଲର ଚେତାବନୀ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ-ହମାସ ଯୁଦ୍ଧରେ ନିଆଁ ଲଗାଇଛି ହେଜବୋଲ୍ଲା। ଯାହାଫଳରେ ଇସ୍ରାଏଲ ଏବେ ହମାସକୁ ଛାଡ଼ି ହେଜବୋଲ୍ଲା ପଛରେ ପଡ଼ିଯାଇଛି। ହେଜବୋଲ୍ଲା ଆତଙ୍କବାଦୀ ସଂଗଠନ ଏବଂ ଏହାର ସଦସ୍ୟଙ୍କୁ ନିପାତ କରିବାକୁ ଇସ୍ରାଏଲ ସବୁ ପ୍ରକାର ଉଦ୍ୟମ ଚଳାଇଛି। ପେଜର ଏବଂ ଓ୍ବାକିଟକି ବିସ୍ଫୋରଣ ପରେ ଇସ୍ରାଏଲ ପୁନର୍ବାର ଏକ ବଡ଼ ଧରଣର ଆକ୍ରମଣ ଯୋଜନା ଚଳାଇଛି। ଯେଉଁଥିପାଇଁ ଦକ୍ଷିଣ ଲେବାନନରେ ରହିଥିବା ହେଜବୋଲ୍ଲା ଆଡ୍ଡାସ୍ଥଳୀ ନିକଟରୁ ଲେବାନନବାସୀଙ୍କୁ ଚାଲିଯିବାକୁ ଇସ୍ରାଏଲ ପରାମର୍ଶ ଦେଇଛି। ଯେଉଁ ଅଞ୍ଚଳରେ ହେଜବୋଲା ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିଛି, ସେହି ଅଞ୍ଚଳ ତୁରନ୍ତ ଖାଲି କରି ପଳାଇବାକୁ ଲେବାନନବାସୀଙ୍କୁ ଇସ୍ରାଏଲ ପକ୍ଷରୁ ଚେତାବନୀ ଦିଆଯାଇଛି। ଅର୍ଥାତ ଇସ୍ରାଏଲ ସେନା ହେଜବୋଲ୍ଲାର ଅସ୍ତ୍ରଶସ୍ତ୍ର ଭଣ୍ଡାରଗୁଡ଼ିକୁ ଟାର୍ଗେଟ କରି ସେଗୁଡ଼ିକୁ ଧ୍ବଂସ କରିବାକୁ ଯୋଜନା କରୁଥିବା କୁହାଯାଉଛି।

ଗତ ରବିବାର ଇସ୍ରାଏଲ ଏବଂ ହେଜବୋଲ୍ଲା ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଥିଲା। ଇସ୍ରାଏଲ ପକ୍ଷରୁ ହେଜବୋଲ୍ଲା ଉପରେ ଏୟାରଷ୍ଟ୍ରାଇକ କରାଯାଇଥିଲା। ଏଥିରେ ହେଜବୋଲ୍ଲାର ଜଣେ ଟପ୍ କମାଣ୍ଡର ନିହତ ହୋଇଥିବାବେଳେ ହେଜବୋଲ୍ଲା ମଧ୍ୟ ପ୍ରତିଆକ୍ରମଣ କରି ୧୫୦ରୁ ଅଧିକ ରକେଟ ମାଡ଼ କରିଥିଲା। ଇସ୍ରାଏଲର ଉତ୍ତରାଞ୍ଚଳରେ ରକେଟ, ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଜରିଆରେ ହେଜବୋଲ୍ଲା ଆକ୍ରମଣ କରିଥିଲା।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories