www.samajalive.in
Sunday, December 7, 2025
16.1 C
Bhubaneswar

ପ୍ରବଳ ବର୍ଷାର ପୂର୍ବାନୁମାନ କରିବ ହାଇବ୍ରିଡ୍ ପ୍ରଯୁକ୍ତି

ଭୁବନେଶ୍ବର : ପାଣିପାଗ ବିଭାଗ ସହିତ ବହୁ ଘରୋଇ ସଂସ୍ଥା ବର୍ଷା, ବାତ୍ୟା, ଖରା ଓ ଶୀତ ନେଇ ଆକଳନ କରୁଛନ୍ତି। କିନ୍ତୁ ୪ଦିନ ପୂର୍ବରୁ ବର୍ଷାର ଠିକ୍‌ ଆକଳନ ନେଇ ପୂର୍ବାନୁମାନ କରିବା ପାଇଁ ଆଇଆଇଟି ଭୁବନେଶ୍ବର ଭୂ-ବିଜ୍ଞାନ, ମହାସାଗର ଏବଂ ଜଳବାୟୁ ବିଜ୍ଞାନ ବିଭାଗ ଏକ ହାଇବ୍ରିଡ ପ୍ରଯୁକ୍ତି (ଆର୍ଟିଫିସିଆଲ ଇ‌େ‌ଣ୍ଟଲିଜେନ୍ସ) ବିକଶିତ କରିଛି। ଜଳବାୟୁ ପରିବର୍ତ୍ତନ ମୌସୁମୀ ଜନିତ ବର୍ଷାକୁ ପ୍ରଭାବିତ କରୁଛି। ବୃଷ୍ଟିପାତରେ ଅନିୟମିତତା ଲାଗି ରହିଛି। ସମତଳ ଏବଂ ପାହାଡିଆ ଅଞ୍ଚଳରେ ବର୍ଷାର ପାର୍ଥକ୍ୟ ରହୁଛି। ଏପରିସ୍ଥଳେ ପାଣିପାଗର ଠିକ୍‌ ଆକଳନ ଏକ ବଡ଼ ଆହ୍ବାନ ପାଲଟିଛି। ପାହାଡିଆ ଅଞ୍ଚଳରେ ବୃଷ୍ଟିପାତ ଠିକ୍‌ ପୂର୍ବାନୁମାନ କଷ୍ଟସାଧ୍ୟ ହୋଇପଡୁଛି। ଏହିସବୁ ବିଷୟକୁ ଦୃଷ୍ଟିରେ ରଖି ଆଇଆଇଟି ଭୁବନେଶ୍ବର ବୈଜ୍ଞାନିକମାନେ ବିଶ୍ବରେ ପ୍ରଥମଥର ପାଇଁ ଜିଲାସ୍ତରରେ ପ୍ରବଳ ବର୍ଷା, ଅତି ପ୍ରବଳ ବର୍ଷାର ଆକଳନ ପାଇଁ ଏକ ହାଇବ୍ରିଡ ପ୍ରଯୁକ୍ତି ବିକଶିତ କରିଛନ୍ତି। ଜୁନ୍ ୨୦୨୩ରୁ ଆସାମ ବନ୍ୟାପ୍ରବଣ ଅଞ୍ଚଳ ଏବଂ ଓଡ଼ିଶାର ମୌସୁମୀ ସମୟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ତଥ୍ୟକୁ ନେଇ ଗବେଷଣା କରାଯାଇଛି। ସାଧାରଣ ଭାବେ ଓଡ଼ିଶାରେ ଲଘୁଚାପ ମୌସୁମୀ ବାୟୁକୁ ଅଧିକ ସକ୍ରିୟ କରାଇଥାଏ। ଗବେଷଣାରୁ ଆଇଆଇଟି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ପାରମ୍ପରିକ ମଡେଲଗୁଡିକ ପୂର୍ବାନୁମାନ ୩୮ପ୍ରତିଶତ ଠିକ୍‌ ହେଉଥିବା ବେଳେ ହାଇବ୍ରିଡ ପ୍ରୟୁକ୍ତିରେ ୭୮ପ୍ରତିଶତ ପୂର୍ବାନୁମାନ ଠିକ୍‌ ହେଉଛି। ଏହି ଅଧ୍ୟୟନରେ ଯେଉଁ ପ୍ରଯୁକ୍ତି ବିଦ୍ୟା ବିକଶିତ କରାଯାଇଛି । ଏହା ୪ଦିନ ପୂର୍ବରୁ ଅତି ପ୍ରବଳ ବର୍ଷା ଆକଳନ କରିବାରେ ବଡ ସଫଳତା ଆଣିଛି। ଏପ୍ରକାର ପଦ୍ଧତି ଦ୍ବାରା ଭାରତର ପଶ୍ଚିମତଟ ଏବଂ ଉତ୍ତର-ପଶ୍ଚିମ ହିମାଳୟ ଅଞ୍ଚଳରେ ହେଉଥିବା ଅତି ପ୍ରବଳ ବର୍ଷା ଆକଳନ କରିବାରେ ସହଯୋଗୀ ହୋଇପାରିବ, ଯାହାଫଳରେ ପ୍ରାରମ୍ଭିକ ପୂର୍ବାନୁମାନ ସତର୍କ କରିବା ଦିଗରେ ବେଶ୍‌ ସହାୟକ ହେବ ବୋଲି ଆଇଆଇଟି ଭୁବନେଶ୍ବର ଆସୋସିଏଟ ପ୍ରଫେସର ସନ୍ଦୀପ ପଟ୍ଟନାୟକ କହିଛନ୍ତି।
ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ହେଉଛି। ଧନ ସମ୍ପତ୍ତି ନଷ୍ଟ କରିବା ସହିତ ଜୀବନହାନି ଘଟାଉଛି। ଏହା ଆମ ସମାଜ ଉପରେ ଗଭୀର ପ୍ରଭାବ ପକାଇଥାଏ। ମୌସୁମୀ ଜନିତ ବର୍ଷାକୁ ନେଇ କୃଷିକ୍ଷେତ୍ର ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ। ଭଲ ବର୍ଷା ହେଲେ ଚାଷ କାର୍ଯ୍ୟ ଆଗେଇ ପାରୁଛି ଏବଂ ନିଅଣ୍ଟିଆ ବର୍ଷା ହେଲେ ଅମଳ ଉପରେ ପ୍ରଭାବ ପକାଉଛି। ଏହି ପରିପ୍ରେକ୍ଷୀରେ ଠିକ୍ ବର୍ଷା ପୂର୍ବାନୁମାନ ବର୍ତ୍ତମାନ ଅତ୍ୟାଧୁନିକ ଗତିଶୀଳ ମଡେଲ ପାଇଁ ଏକ ବିରାଟ ଆହ୍ୱାନ। ଏହି ସମସ୍ୟା ଜଟିଳ ପାର୍ବତ୍ୟାଞ୍ଚଳରେ ଅଧିକ ଦେଖାଯାଉଛି। ଆଇଆଇଟି ଭୁବନେଶ୍ବର ପ୍ରସ୍ତୁତ କରିଥିବା ହାଇବ୍ରିଡ ପ୍ରଯୁକ୍ତି ପ୍ରବଳ ବର୍ଷା ସମ୍ପର୍କରେ ପୂର୍ବାନୁମାନ କରିପାରିବ ବୋଲି ସୂଚନା ଦିଆଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories