www.samajalive.in
Tuesday, December 9, 2025
16.1 C
Bhubaneswar

ସାଧାରଣ ଜୀବନରେ କାମ କରୁଥିବା ଲୋକଙ୍କ ଜୀବନାନୁଭୂତି ସ୍ବତନ୍ତ୍ର ମହତ୍ତ୍ବ ରଖିଥାଏ: ନବୀନ

  • ୨୪ ବର୍ଷରେ ବିଭିନ୍ନ କ୍ଷେତ୍ରରେ ନବୀନ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି: ପ୍ରଭୁ ଚାୱଲା

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପୁସ୍ତକ ‘ମୋ ଜୀବନ ମୋ ସମୟ’କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ସାହିତ୍ୟିକ ଦାଶ ବେନହୁରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ଲୋକାର୍ପଣ କରିବା ସହ ଶ୍ରୀ ନାୟକଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ସାଧାରଣ ଜୀବନରେ କାମ କରୁଥିବା ବ୍ୟକ୍ତିଙ୍କ ଜୀବନାନୁଭୂତି ସ୍ବତନ୍ତ୍ର ମହତ୍ତ୍ବ ରଖିଥାଏ। ଜଣେ ସାମ୍ବାଦିକ ତଥା ରାଜନୀତିଜ୍ଞ ଭାବରେ ଅତନୁ ବାବୁଙ୍କ ଅନୁଭୂତି ଏ ପୁସ୍ତକରେ ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି। ପୁସ୍ତକ ବିଷୟରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଏଥିରେ ୨୦୦୦ରୁ ୨୦୨୪ କାଳ ଖଣ୍ଡ ଉପରେ ସ୍ବତନ୍ତ୍ର ଆଲୋଚନା କରାଯାଇଛି। ଏହି ସମୟରେ ଅର୍ଥନୈତିକ ସ୍ଥିରତା ସହ ଓଡ଼ିଶାରେ ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି, ପୁଞ୍ଜି ନିବେଶ, କ୍ରୀଡ଼ା, ମହିଳା ସଶକ୍ତୀକରଣ ଆଦି କ୍ଷେତ୍ରରେ ବ୍ୟାପକ ଉନ୍ନତି ହୋଇଛି।

- Advertisement -

ରାଜ୍ୟର ବିକାଶକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ନିଷ୍ଠା ଓ ପ୍ରତିବଦ୍ଧତା ବିଷୟରେ ପାଠକମାନେ ସୂଚନା ପାଇପାରିବେ। ସମ୍ମାନୀୟ ବକ୍ତା ଭାବରେ ଯୋଗଦେଇ ଦ ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସର ସମ୍ପାଦକୀୟ ନିର୍ଦେଶକ ପ୍ରଭୁ ଚାୱଲା  କହିଥିଲେ ଯେ, ଅତନୁ ବାବୁଙ୍କ ପୁସ୍ତକରେ ଗତ ୨୪ ବର୍ଷର ଘଟଣାବଳୀ ବିଶେଷ ଗୁରୁତ୍ବ ରଖେ।

ଗତ ୨୪ ବର୍ଷ ମଧ୍ୟରେ ନବୀନ ବାବୁଙ୍କ ଜୀବନଶୈଳୀରେ କୌଣସି ପରିବର୍ତ୍ତନ ହୋଇନାହିଁ। ତାଙ୍କ ଧଳା ପୋଷାକ ପୂର୍ବ ପରି ସ୍ବଚ୍ଛ ରହିଛି, କିନ୍ତୁ ଗତ ୨୪ ବର୍ଷରେ ସେ ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି। ବିଭିନ୍ନ ସୂଚକାଙ୍କରେ ଓଡ଼ିଶା ଅନ୍ୟ ରାଜ୍ୟ ଠାରୁ ଆଗରେ ରହିଛି ବୋଲି ଶ୍ରୀ ଚାୱଲା କହିଥିଲେ। ସାହିତ୍ୟିକ ଶ୍ରୀ ବେନହୁର ପୌରୋହିତ୍ୟ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ। ଲେଖକ ଅତନୁ ସବ୍ୟସାଚୀ ନାୟକ ତାଙ୍କ ପୁସ୍ତକ ସମ୍ପର୍କରେ ସୂଚନା ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories