www.samajalive.in
Tuesday, December 9, 2025
17.1 C
Bhubaneswar

ଭାରତ ପେ’ ଠକେଇ, ଅଶ୍ନୀର ଗ୍ରୋଭରଙ୍କ ଶଡୁ ଗିରଫ

ସମାଜ ଡିଜିଟାଲ ଡେସ୍କ: ୮୧ କୋଟି ଟଙ୍କାର ଭାରତ ପେ’ ଦୁର୍ନୀତି ମାମଲାରେ ଥିଙ୍କ ଟ୍ୟାଙ୍କ ସଦସ୍ୟ ଅଶ୍ନୀର ଗ୍ରୋଭରଙ୍କ ଶଡୁ ଦୀପକ ଗୁପ୍ତାଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)। ଦୀପକ ହେଉଛନ୍ତି ଭାରତ ପେ’ର ପୂର୍ବତନ ପରିଚାଳନା ନିର୍ଦେଶକ ତଥା ସହପ୍ରତିଷ୍ଠାତା। ଗିରଫ ପରେ ତାଙ୍କୁ ସାକେତ କୋର୍ଟର ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ କୁହାଯଇଛି।

ଦୀପ ମାଧୁରୀ ଗ୍ରୋଭରଙ୍କ ଭଉଣୀଙ୍କୁ ବିବାହ କରିଛନ୍ତି। ମାଧୁରୀ ହେଉଛନ୍ତି ଅଶ୍ନୀର ଗ୍ରୋଭରଙ୍କ ସ୍ତ୍ରୀ। ମାଧୁରୀ ଭାରତ ପେ’ରେ ଉଚ୍ଚ ପଦବୀରେ ଥିଲେ। ଦୁର୍ନୀତି ସାମ୍ନାକୁ ଆସିବା ପରେ ତାଙ୍କୁ ବି ବହିଷ୍କାର କରାଯାଇଥିଲା। ଗତ ସେପ୍ଟେମ୍ବର ୧୯ରେ ତାଙ୍କୁ ଗିରଫ କରାଯାଇଥିଲା। ଭାରତ ପେ’ ପକ୍ଷରୁ ୮୧ କୋଟି ଟଙ୍କା ଠକେଇ ନେଇ ଅଶ୍ନୀର ଗ୍ରୋଭର, ମାଧୁରୀ ଗ୍ରୋଭର, ଶ୍ଵେତାଙ୍କ ଜୈନ(ମାଧୁରୀଙ୍କ ଭାଇ), ସୁରେଶ ଜୈନ(ଅଶ୍ନୀରଙ୍କ ଶ୍ଵଶୁର) ଏବଂ ଦୀପକ ଗୁପ୍ତାଙ୍କ ନାଁରେ ଅଭିଯୋଗ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories