www.samajalive.in
Tuesday, December 9, 2025
17.1 C
Bhubaneswar

ମୁକ୍ତିଲାଭ କଲା ଦେବ୍ ଓ ଅସୀମାଙ୍କ “ଦିଲ୍ ସାରାରା ରା”

ଭୁବନେଶ୍ବର : ରଙ୍ଗୋଲି ଓଡ଼ିଆ ବ୍ୟାନର ବାବୁ ବାବୁଙ୍କ ନିର୍ଦ୍ଦେଶନାରେ ରିଲିଜ ହେଲା ମ୍ୟୁଜିକ୍ ଭିଡିଓ “ଦିଲ ସାରାରା ରା” । ରିଲିଜ ସମୟରେ ମୁଖ୍ୟ ଅତିଥି ଭାବେ ପ୍ରଯୋଜକ ପ୍ରଣୟ ଜେଠୀ ଓ ସମାଜସେବୀ ବୁଲନ୍ ଭାଇ ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାର ମାନେ ଉପସ୍ଥିତ ରହି ସିଡି ଉନ୍ମୋଚନ କରିଥିଲେ । ଏହି ମ୍ୟୁଜିକ୍ ଭିଡିଓରେ ଟିଭି ସିରିୟଲର ଚର୍ଚ୍ଚିତ ଯୋଡ଼ି ଅଭିନେତା ଦେବ ଓ ଅଭିନେତ୍ରୀ ଆସୀମାଙ୍କ ଚାମତ୍କର ଅଭିନୟ ଦେଖିବାକୁ ମିଳିଛି। ଏହି ମ୍ୟୁଜିକ୍ ଭିଡିଓର  ସୁଧାଂଶୁ ଶେଖର ପ୍ରଯୋଜକ ଥିଲା ବେଳେ,ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ନିର୍ଦ୍ଦେଶକ ବାବୁ ବାବୁ । କୋରିଓଗ୍ରାଫି କରିଛନ୍ତି ଡି ଦୀପକ୍ । ରୁଦ୍ରପ୍ରସାଦ ନାୟକ ଏହି ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ , ହ୍ୟୁମାନ ସାଗର ଓ ଶୀତଲ୍ କଣ୍ଠଦାନ କରିଛନ୍ତି । ଗୀତଟିକୁ ଲେଖିଛନ୍ତି ସୈମ୍ୟ ରଞ୍ଜନ ବଳ । ଓଡ଼ିଶାର ବିଭିନ୍ନ ସୁନ୍ଦର ସୁନ୍ଦର ପର୍ଯ୍ୟଟନସ୍ଥଳୀରେ ଏହି ରୋମାଣ୍ଟିକ ମ୍ୟୁଜିକ୍ ଭିଡିଓ ସୁଟିଂ ହୋଇଛି । ରଙ୍ଗୋଲି ଓଡ଼ିଆ ବ୍ୟାନରରେ ଆଗରୁ ଅନେକ ଭଲ ଭଲ  ଭିଡିଓ ଗୁଡ଼ିକ ଟ୍ରେଣ୍ଡରେ ଥିବାବେଳେ ଏହି “ଦିଲ୍ ସାରାରା ରା” ମିୟୁଜିକ ଭିଡିଓଟି ନିଶ୍ଚୟ ଦର୍ଶକଙ୍କ ହୃଦୟକୁ ଛୁଇଁଵ ବୋଲି କହିଛନ୍ତି ନିର୍ଦ୍ଦେଶକ ବାବୁ ବାବୁ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories