www.samajalive.in
Sunday, December 7, 2025
15.1 C
Bhubaneswar

ରୋଟାରୀ କ୍ଲବ ମହାନଦୀ ପକ୍ଷରୁ ରାଷ୍ଟ୍ର ନିର୍ମାତା ପୁରସ୍କାର ପ୍ରଦାନ

କଟକ: ରୋଟାରୀ କ୍ଲବ କଟକ ମହାନଦୀ ପକ୍ଷରୁ ଦୋଳମୁଣ୍ଡାଇ ସ୍ଥିତ ଶ୍ରୀଜଗନ୍ନାଥ ହୋଟେଲରେ ଆୟୋଜିତ ଏକ ଉତ୍ସବରେ ଶିକ୍ଷକମାନଙ୍କୁ ରାଷ୍ଟ୍ର ନିର୍ମାତା ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ପ୍ରତି ବର୍ଷ ସେପ୍ଟେମ୍ବର ମାସରେ ରୋଟାରୀ କ୍ଲବ ପକ୍ଷରୁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥାଏ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବରେ ଯଥାକ୍ରମେ ବିଶିଷ୍ଟ ଶିକ୍ଷାବିତ୍ ଡଃ ସତ୍ୟକାମ ମିଶ୍ର ଓ ରେଭେନ୍ସା ମହାବିଦ୍ୟାଳୟର ଅଧ୍ୟାପକ ଡଃ ଜ୍ଞାନୀ ଦେବାଶିଷ ମିଶ୍ର ଯୋଗ ଦେଇଥିଲେ। କ୍ଲବର ଆସିଷ୍ଟାଣ୍ଟ ଗଭର୍ଣ୍ଣର ଡଃ ମୀରା ପୃଷ୍ଟି ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ। ଏଥିରେ ସଭାପତିତ୍ଵ କରିଥିଲେ କ୍ଲବର ସଭାପତି ରୋଟାରୀଆନ୍ ସି. କେ. ଭାଗ୍ୟଶ୍ରୀ ଓ ସଂପାଦକୀୟ ବିବରଣୀ ପାଠ କରିଥିଲେ ସମ୍ପାଦକ ରୋଟାରୀଆନ୍ ମହେନ୍ଦ୍ର ଦାସ। ଚଳିତ ବର୍ଷର ପୁରସ୍କୃତ ଶିକ୍ଷୟତ୍ରୀମାନେ ହେଲେ କ୍ରିଷ୍ଣାରାଣୀ ଦେ, ରୀନା ପଟ୍ଟନାୟକ, ରଞ୍ଜିତା ପ୍ରଧାନ, ସଂଘମିତ୍ରା ପାଢ଼ୀ ଓ ସୁନୀତା ତ୍ରିପାଠୀ। ଏହି ଉତ୍ସବରେ ଅନେକ ରୋଟାରୀଆନ୍ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଉତ୍ସବକୁ ପରିଚାଳନା କରିଥିଲେ ରୋଟାରୀଆନ୍ ସୁଜାତା ମହାପାତ୍ର, ନଟବର ପଣ୍ଡା, ରାଜଲକ୍ଷ୍ମୀ ପାତ୍ର , ସରୀତା ମିଶ୍ର, ଅଙ୍କିତ୍ ଭୁତ୍, ଆରତୀ ଗିରି ଓ ସବିତା ପରିଡ଼ା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories