www.samajalive.in
Tuesday, December 9, 2025
16.1 C
Bhubaneswar

ପେଜର, ଓ୍ବାକି ଟକି ବିସ୍ଫୋରଣକୁ ନେଇ ବିଶ୍ଵବ୍ୟାପୀ ଆଲୋଡ଼ନ, ଇସ୍ରାଏଲ କହିଲା-ଇପ୍‌ସିତ ଲକ୍ଷ୍ୟ ପୂରଣ ହୋଇଛି

ସମାଜ ଡିଜିଟାଲ ଡେସ୍କ: ଲେବାନନରେ ପେଜର ଏବଂ ଓ୍ବାକିଟକି ବିସ୍ଫୋରଣକୁ ନେଇ ସାରା ବିଶ୍ଵ ଚକ୍କିତ। କିପରି ଏହା ସମ୍ଭବ ତାହାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ଏହା ପଛରେ ଇସ୍ରାଏଲର ଷଡ଼ଯନ୍ତ୍ର ରହିଛି ବୋଲି ଲେବାନନ ଅଭିଯୋଗ କରିଛି। ଯାହାଫଳରେ ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏକ ନୂଆ ମୋଡ଼ରେ ପହଞ୍ଚିଛି। ପେଜର ଏବଂ ଓ୍ବାକିଟକି ବିସ୍ଫୋରଣକୁ ନେଇ ବିଶ୍ଵବ୍ୟାପୀ ହଇଚଇ ପରିପ୍ରେକ୍ଷୀରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଡ କହିଛନ୍ତି ଯେ, ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ନୂତନ ସୋପାନରେ ଉପନୀତ ହୋଇଛି। ସେ ଇସ୍ରାଏଲ ସେନାର ଭୂୟସୀ ପ୍ରଶଂସା କରିବା ସହ ଆମେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଛୁ ବୋଲି କହିଛନ୍ତି।

ଗତ ୧୭ ତାରିଖରେ ଲେବାନନରୁ କାର୍ଯ୍ୟ ଚଳାଇଥିବା ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହେଜବୋଲ୍ଲାର ସଦସ୍ୟମାନେ ପେଜର ବିସ୍ଫୋରଣର ଶିକାର ହୋଇଥିଲେ। ଏଥିରେ ୧୨ ଜଣ ପ୍ରାଣ ହରାଇଥିବାବେଳେ ପ୍ରାୟ ୩ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଏହାର ଦିନକ ପରେ ୧୮ ତାରିଖରେ ଓ୍ବାକିଟକି ବିସ୍ଫୋରଣ ଘଟିଥିଲା। ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ।

- Advertisement -

ଏହିସବୁ ବିସ୍ଫୋରଣ କିଏ ଓ କିପରି ଘଟାଉଛି ତାହାର କୌଣସି ସୂଚନା ମିଳିପାରି ନ ଥିବାବେଳେ ଏହା ପଛରେ ଇସ୍ରାଏଲର ହାତ ଥିବା ଲେବାନନ କହିଛି। କୁହାଯାଉଛି ଯେ, ଏହି ବିସ୍ଫୋରଣ ପାଇଁ ଇସ୍ରାଏଲ ଅନେକ ବର୍ଷ ପୂର୍ବରୁ ଯୋଜନା କରିଥିଲା। ହେଜବୋଲ୍ଲା ସଦସ୍ୟମାନେ ବ୍ୟବହାର କରୁଥିବା ପେଜର ଏବଂ ଓ୍ବାକିଟକି ତାଇଓ୍ବାନର ଏକ କମ୍ପାନୀଠାରୁ ଆସିଥିଲା। ଏହି ପେଜର ମଧ୍ୟରେ ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ବିସ୍ଫୋରକ ଖଞ୍ଜିଥିବା କୁହାଯାଉଛି। ମାତ୍ର ତାଇୱାନ କମ୍ପାନୀ ଏହାକୁ ଖଣ୍ଡନ କରିଛି। ବୁଧବାର ବିସ୍ଫୋରଣ ହୋଇଥିବା ୱାକିଟକିଗୁଡିକ ୫ମାସ ତଳେ ହେଜବୋଲ୍ଲା କିଣିଥିଲା। ଏହାକୁ ହଙ୍ଗେରିର ରାଜଧାନୀ ବୁଦାପେଷ୍ଟସ୍ଥିତ ଏକ କମ୍ପାନୀ ବିଏସି ତିଆରି କରିଥିଲା। ତେଣୁ ଏଥିରେ ବିସ୍ଫୋରକ ଖଞ୍ଜିବା ସମ୍ଭବ ନୁହେଁ।

ବୁଧବାର ହୋଇଥିବା ୱାକିଟକି ବିସ୍ଫୋରଣ ଲେବାନନର ରାଜଧାନୀ ବେରୁଟ୍‌ ଉପକଣ୍ଠ ସିଡନରେ ହୋଇଛି। ମଙ୍ଗଳବାର ଆକ୍ରମଣରେ ପ୍ରାଣ ହରାଇଥିବା ହେଜବୋଲ୍ଲା ସଦସ୍ୟଙ୍କ ଅନ୍ତ୍ୟଷ୍ଟି କ୍ରିୟା ଉତ୍ସବରେ ଯୋଗଦେଇଥିବା ଲୋକଙ୍କ ମଧ୍ୟରୁ ଜଣଙ୍କର ୱାକିଟକି ବିସ୍ଫୋରଣ ହୋଇଥିବା ତେହରାନ ଟାଇମ୍ସ ରିପୋର୍ଟରେ କୁହାଯାଇଛି। ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ଏକାଧିକ ସ୍ଥାନରେ ୱାକିଟକି ସହିତ କେତେକ ସ୍ଥାନରେ ସୋଲାର ବିଦ୍ୟୁତ୍ ସିଷ୍ଟମ୍‌ରେ ବିସ୍ଫୋରଣ ହୋଇଛି।

ଇସ୍ରାଏଲ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରି ନାହିଁ କି ଏହାକୁ ଅଗ୍ରାହ୍ୟ ମଧ୍ୟ କରିନାହିଁ। ଲେବାନନ୍‌ରେ ପେଜର ଓ ୱାକିଟକି ବିସ୍ଫୋରଣ ଘଟଣାରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଗୁଟେରସ୍‌ କହିଛନ୍ତି ଯେ ଦୁଇ ପକ୍ଷ ମଧ୍ୟରେ ଯୁଦ୍ଧ ଲାଗିଛି। ହେଲେ ଏହାକୁ ନେଇ ସାଧାରଣ ଜନତା ବ୍ୟବହାର କରୁଥିବା ଉପକରଣକୁ ଅସ୍ତ୍ର ରୂପେ ବ୍ୟବହାର କରାଯିବା ଠିକ୍ ନୁହେଁ।

ଓ୍ବାକିଟକି ଯୋଗାଯୋଗ ପାଇଁ ବ୍ୟବହାର କରାଯାଉଥିବା ଏକ ଯନ୍ତ୍ର। ବିଶେଷକରି ପୁଲିସ, ସେନା ଦ୍ଵାରା ଏହାକୁ ବ୍ୟବହାର କରାଯାଇଥାଏ। ହେଲେ ସେଥିରେ ବିସ୍ଫୋରଣ ଘଟିବା ଖବର ସାମ୍ନାକୁ ଆସିବା ପରେ ଏବେ ସାରା ବିଶ୍ଵରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories