Patra electronics

ଭିଡିଓରେ ଦେଖନ୍ତୁ ; ଟ୍ରେନ୍‌ ସାମ୍ନାରେ ଠିଆ ହୋଇନେଉଥିଲେ ସେଲଫି, ଏକ ସେକେଣ୍ଡ ବିଳମ୍ବ ହୋଇଥିଲେ..

ନୂଆଦିଲ୍ଲୀ : ଚଳନ୍ତା ଯାନରେ ବିପଦପୂର୍ଣ୍ଣ ଷ୍ଟଣ୍ଟଠାରୁ ଆରମ୍ଭ କରି ସର୍ବ ସାଧାରଣ ସ୍ଥାନରେ ନାଚିବା ଆଦି ଅନେକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥାଏ । ନିକଟରେ ଏଭଳି ହିଁ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି । ଲୋକେ କିଛି ବିପଦପୂର୍ଣ୍ଣ ସ୍ଥାନରେ ସେଲଫି ନେବା ସହ ଭିିଡିଓ ରେକର୍ଡ କରିବାକୁ ଇଚ୍ଛା କରନ୍ତି । ମାତ୍ର ଏହାଦ୍ୱାରା ଜୀବନ ମଧ୍ୟ ଚାଲିଯାଏ । ଏହାର ଏକ ଉଦାହରଣ ନିକଟରେ ଦାର୍ଜିଲିଙ୍ଗରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ସାମ୍ନାରୁ ଆସୁଥିବା ଟ୍ରେନ ରାସ୍ତାରେ ଠିଆ ହୋଇ ସେଲଫି ନେବାକୁ ଚେଷ୍ଟା କରି ନିଜ ଜୀବନକୁ ବିପଦରେ ପକାଇଛନ୍ତି ।

୩ ଦିନ ପୂର୍ବରୁ ପୋଷ୍ଟ କରାଯାଇଥିବା ଏହି ଭିଡିଓ ଲୋକଙ୍କ ଧ୍ୟାନକୁ ଖୁବ୍‌ ଆକର୍ଷିତ କରୁଛି । ଏଯାଏଁ ଏହାକୁ ୫.୫ ମିଲିୟନରୁ ଅଧିକ ଥର ଦେଖାଯାଇ ସାରିଛି ।

ଖୁବ୍‌ ଶୀଘ୍ର ହେଉଛି ଅତ୍ୟନ୍ତ ଶୁଭ ଯୋଗ ; ଏହି ରାଶିଙ୍କୁ ମିଳିବ ଖାଲି ଧନ, ସଫଳତା..

ଭିଡିଓରେ ଦେଖିପାରିବେ, ଜଣେ ବ୍ୟକ୍ତି ଟଏ ଟ୍ରେନ୍‌ ଆସୁଥିବା ସମୟରେ ଧାରଣାରେ ଠିଆ ହୋଇଛନ୍ତି । ଟ୍ରେନର ହର୍ଣ୍ଣ ବାଜିବା ପରେ ମଧ୍ୟ ସେଲଫି ନେବା ପାଇଁ ସେମିତି ଠିଆ ହୋଇ ରହିଥିଲେ । ବିପଦ ପ୍ରତି ଆଦୌ ଧ୍ୟାନ ଦେଇନଥିଲେ । ଏହା ଦେଖି ତାଙ୍କ ପତ୍ନୀ ମଧ୍ୟ ଭୟରେ ଚିତ୍କାର କରୁଥିବା ଭିଡିଓରେ ଶୁଣି ପାରିବେ । କୌଣସି ଅଘଟଣ ଘଟିବା ପୂର୍ବରୁ ନିକଟରେ ଠିଆ ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ହାତ ଟାଣି ନେଇ ଆସିଥିଲେ । ତାଙ୍କ ଜୀବନ ବଞ୍ଚି ଯାଇଛି । ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ମାତ୍ର ୫୦ ଟଙ୍କା : ଜିଓ ଦେଉଛି ମାଗଣା ରିଚାର୍ଜ, ବର୍ଷଯାକ ମିଳିବ ଅସୀମିତ ଡାଟା ସହ ଏସବୁ ସୁବିଧା..

ଜବରଦସ୍ତ ଅଫର୍‌ ; ଏହି ଦିନ ମାତ୍ର ୯୯ ଟଙ୍କାରେ ଦେଖିପାରିବେ ଫିଲ୍ମ, ଜାଣନ୍ତୁ କେମିତି କରିବେ ବୁକ୍‌..

Comments are closed.