www.samajalive.in
Sunday, December 7, 2025
15.1 C
Bhubaneswar

ସହରାଞ୍ଚଳ ସ୍ଥାନୀୟ ସଂସ୍ଥା କର୍ମଚାରୀଙ୍କ ପାଇଁ ନୂତନ ପେନସନ ବ୍ୟବସ୍ଥା ଉପରେ କର୍ମଶାଳା

ଡେସ୍କ: ଭୁବନେଶ୍ୱର ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର କର୍ମଚାରୀଙ୍କ ପାଇଁ ନୂଆ ପେନସନ ବ୍ୟବସ୍ଥାର କାର୍ଯ୍ୟକାରିତା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ୟୁଏଲବିର ପ୍ରମୁଖ ଆର୍ଥିକ କର୍ମଚାରୀଙ୍କ ମଧ୍ୟରେ ଏନପିଏସ ଢାଞ୍ଚାର ବୁଝାମଣା ବୃଦ୍ଧି କରିବା, ପୌର କର୍ମଚାରୀଙ୍କ ପାଇଁ ପେନସନ ଯୋଜନାର ପ୍ରଭାବଶାଳୀ କାର୍ଯ୍ୟକାରିତା ଏବଂ ପରିଚାଳନା ସୁନିଶ୍ଚିତ କରିବା ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ୫ଟି ମହାନଗର ନିଗମ ଓ ୩୫ଟି ପୌରପାଳିକା ସମେତ ୪୦ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ଆକାଉଣ୍ଟାଣ୍ଟମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ପେନସନ ସମ୍ବନ୍ଧୀୟ ଆର୍ଥିକ ବ୍ୟବସ୍ଥାକୁ ଦକ୍ଷତାର ସହ ପରିଚାଳନା କରିବା, ସମସ୍ତ ପୌର କର୍ମଚାରୀଙ୍କ ପାଇଁ ଦୀର୍ଘମିଆଦୀ ଆର୍ଥିକ ନିରାପତ୍ତା ସୁନିଶ୍ଚିତ କରିବା ଓ ୟୁଏଲବି କର୍ମଚାରୀଙ୍କୁ ପ୍ରସ୍ତୁତ କରିବା ଉପରେ ଆଲୋଚନା କରାଯାଇଥିଲା।

- Advertisement -

ଏହି କର୍ମଶାଳାକୁ ପୌର ପ୍ରଶାସନ ନିର୍ଦ୍ଦେଶକ ଦେବାଶିଷ ସିଂହ ଉଦଘାଟନ କରି ୟୁଏଲ୍ବି କର୍ମଚାରୀଙ୍କ ପାଇଁ ଏକ ସ୍ଥାୟୀ ଏବଂ ସ୍ୱଚ୍ଛ ପେନସନ୍ ବ୍ୟବସ୍ଥା ସୁନିଶ୍ଚିତ କରିବାରେ ନୂତନ ପେନସନ୍ ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଆର୍ଥିକ ପରାମର୍ଶଦାତା ଶିଖା ବିଶ୍ୱାଳ ଏନପିଏସର ପ୍ରମୁଖ ଦିଗ ଉପରେ ଆଲୋକପାତ କରିବା ସହ କର୍ମଚାରୀଙ୍କ ଅବଦାନ ପରିଚାଳନା ଏବଂ ଉପଯୁକ୍ତ ପାଣ୍ଠି ପରିଚାଳନାରେ ୟୁଏଲବି ଆକାଉଣ୍ଟାଣ୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସୁଡାର ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ ତାଙ୍କ ଅଭିଭାଷଣରେ ଏନପିଏସକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ୟୁଏଲବିରେ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ଉପଯୁକ୍ତ ପ୍ରଶିକ୍ଷଣ ଦ୍ୱାରା ଉନ୍ନତ ଆର୍ଥିକ ପରିଚାଳନା ଏବଂ ଉତ୍ତରଦାୟିତ୍ୱ ମିଳିପାରିବ, ଯାହା ପେନସନ ବ୍ୟବସ୍ଥାର ସଫଳତା ପାଇଁ ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories