www.samajalive.in
Monday, December 8, 2025
20.1 C
Bhubaneswar

ୟୁରୋପରେ କରୋନାର ନୂଆ ପ୍ରଜାତି ‘ଏକ୍ସଇସି’କୁ ନେଇ ଆତଙ୍କ

ଲଣ୍ଡନ : ବର୍ତ୍ତମାନ ୟୁରୋପରେ କରୋନାର ନୂଆ ପ୍ରଜାତି (ଭାରିଆଣ୍ଟ) ଏକ୍ସଇସି ଆତଙ୍କ ଖେଳାଇଥିବା ଜଣାପଡିଛି। ଗତ ଜୁନରେ ଜର୍ମାନୀରେ ଏହି ପ୍ରଜାତି ପ୍ରଥମେ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ଏହା ୟୁରୋପର ୧୩ ରାଷ୍ଟ୍ରକୁ ବ୍ୟାପିଥିବା କୁହାଯାଇଛି। ଓମିକ୍ରନ ଉପ ପ୍ରଜାତି (ସବ୍‌ଭାରିଆଣ୍ଟ) କେଏସ.୧.୧ ଏବଂ କେପି.୩.୩.ର ମିଶ୍ରଣରୁ ଏକ୍ସଇସି ପ୍ରଜାତି ସୃଷ୍ଟି ହୋଇଥିବା ଜଣାପଡିଛି। କିଛି ବର୍ଷ ପୂର୍ବେ କେଏସ.୧.୧. ଉପ ପ୍ରଜାତିର ପ୍ରଭାବରେ ବିଶ୍ବରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିଲା। ଅପରପକ୍ଷରେ କେପି.୩.୩. ଉପ ପ୍ରଜାତି ଯୋଗୁଁ ମନୁଷ୍ୟ ଶରୀରର କୋଷକୁ କ୍ଷତିଗ୍ରସ୍ତ କରିଥିଲା। ବର୍ତ୍ତମାନ ଏକ୍ସଇସି ପ୍ରଜାତିର ଆବିର୍ଭାବ ଯୋଗୁଁ ଟିକା ଏବଂ ବୁଷ୍ଟର ଡୋଜ୍‌ ନେବା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଏହି ପ୍ରଜାତିରେ ଗୁରୁତର ଆକ୍ରାନ୍ତ କୋଭିଡ୍‌ ରୋଗୀଙ୍କୁ ମାଗଣାରେ ବୁଷ୍ଟର ଡୋଜ୍‌ ଦେବାକୁ ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟ ସେବା ବିଭାଗ ପକ୍ଷରୁ କୁହାଯାଇଛି। ଏକ୍ସଇସି ପ୍ରଜାତି ଦ୍ବାରା ଆକ୍ରାନ୍ତ ରୋଗୀଙ୍କ ଶରୀରରେ ଜ୍ବର, କଫ, ଗଳା ଦରଜ, ଦେହମୁଣ୍ଡ ବ୍ୟଥା, ଅଳସୁଆପଣ ଏବଂ ଭୋକ ନ ହେବା ଭଳି ଲକ୍ଷଣ ଦେଖାଯାଇଥାଏ। ଓମିକ୍ରନ ପ୍ରଜାତିର ବଂଶଧର ହୋଇଥିବାରୁ ଟିକା ଦ୍ବାରା ଏକ୍ସଇସି ଆକ୍ରାନ୍ତ ଆରୋଗ୍ୟଲାଭ କରିପାରିବେ ବୋଲି କୁହାଯାଇଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories