www.samajalive.in
Saturday, December 6, 2025
26.1 C
Bhubaneswar

କଅଁଳ କାନ୍ଧରେ ପରିବାରର ବୋଝ

ଗୁଣୁପୁର: ମନରେ ଆଶାଥିଲା ପାଠ ପଢ଼ିବ, ଆଉ ଗୋଟିଏ ବଡ଼ ଚାକିରି କରିବ। ହେଲେ କଅଁଳ କାନ୍ଧରେ ଏବେ ପରିବାରର ବୋଝ। ସ୍ଥାନୀୟ ଏକ ଶିକ୍ଷାନୁଷ୍ଠାନରେ ଡିପ୍ଲୋମାରେ ପାଠ ପଢୁଛନ୍ତି, କିନ୍ତୁ ଘର ସମ୍ଭାଳିବାକୁ ପ୍ରତିଦିନ କରିବାକୁ ପଡ଼ୁଛି ସଂଘର୍ଷ। ଆମେ କହୁଛୁ ରାୟଗଡ଼ ଜିଲା ଗୁଣପୁରର ଅର୍ଚ୍ଚନା କୈବର୍ତ୍ତଙ୍କ କଥା। ଅର୍ଚ୍ଚନାଙ୍କ ପାଠ ପଢିବାରେ ବାଧକ ସାଜିଛି ପରିବାରର ବୋଝ। ପରିବାର କହିଲେ ବୃଦ୍ଧ ବାପା, ମାଆ, ଦୁଇ ଭଉଣୀ ଆଉ ଭାଇ। ବାପା ବୟସାଧିକ କାରଣରୁ କୌଣସି କାମ କରନ୍ତି ନାହିଁ, ମାଆ ଛୋଟ ମୋଟ କାମ କରି ଦି ପଇସା ରୋଜଗାର କରନ୍ତି। ସେଥିରେ ପରିବାର ପ୍ରତିପୋଷଣ କରିବା ସହ ଭାଇ ଭଉଣୀଙ୍କୁ ପାଠ ପଢାଇବା କଷ୍ଟ ଅନୁଭବ କରି ଅର୍ଚ୍ଚନା ବାହାରି ପଡ଼ିଥିଲେ ରୋଜଗାର ସନ୍ଧାନରେ। ଭାଇ ଭଉଣୀଙ୍କ ମଧ୍ୟରେ ଅର୍ଚ୍ଚନା ବଡ ହୋଇଥିବାରୁ ନିଜ ସ୍ବପ୍ନକୁ ଚାପି ଭାଇ ଭଉଣୀଙ୍କୁ ପାଠ ପଢାଇବା ସହ ସମାନ୍ତରାଳ ଭାବେ ପରିବାର ଗୁଜୁରାଣ ଓ ନିଜ ପାଠ ପଢ଼ିବା ପାଇଁ କିଛି କାମ କରିବାର ନିଷ୍ପତ୍ତି ନେଇଥିଲେ। ଅନେକ ଜାଗାରେ ବିଫଳ ହେବା ପରେ ଗତ କିଛି ଦିନ ହେଲା ସେ ଏକ ଘରୋଇ କୋରିଆର କମ୍ପାନୀରେ କାର୍ଯ୍ୟ କରୁଛନ୍ତି।ମାସିକ ଯାହା ଆଦାୟ ହୁଏ ପରିବାର ପ୍ରତିପୋଷଣ ସହ ପାଠ ପଢାରେ ଖର୍ଚ୍ଚ କରୁଥିବା କହିଛନ୍ତି ଅର୍ଚ୍ଚନା। ଘର କାମ ସାରି ସକାଳୁ ସକାଳୁ ବାହାରି ପଡ଼ନ୍ତି କୋରିଅର ସେବା ଯୋଗାଇବାକୁ। ସ୍ଥାନୀୟ ଲୋକ ବି ତାଙ୍କ ସେବାରେ ବହୁତ୍ ଖୁସି ଥିବା କହିଛନ୍ତି। ଅର୍ଚ୍ଚନାଙ୍କ ବାପା ମାଆ କହିଛନ୍ତି, ଆମେ ଏମିତି ଝିଅ ଜୀବନରେ ପାଇ ଧନ୍ୟ ମନେ କରୁଚୁ। ଅର୍ଚ୍ଚନା ଏତେ କମ୍ ବୟସରେ ନିଜ ପାଠପଢା ସହ ପରିବାରର ସମସ୍ତ ଦାୟିତ୍ବ ତୁଲାଇବା ଦେଖିଲେ ଯେ କେହି ବି କହୁଛି ସାବାସ ଅର୍ଚ୍ଚନା।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories