www.samajalive.in
Wednesday, December 10, 2025
18.1 C
Bhubaneswar

୫ବର୍ଷରୁ ଊର୍ଦ୍ଧ୍ବ ଧରି ସରୁନି ୫୫ ନଂ ଜାତୀୟ ରାଜପଥର ରାସ୍ତାକାମ, ପାଲଟିଛି ମରଣଯନ୍ତା

ଗୁରୁଡିଝାଟିଆ: ମଙ୍ଗୁଳିରୁ ଅନୁଗୁଳ ଦେଇ ସଂଯୋଗ କରିଛି ୫୫ ନଂ ଜାତୀୟ ରାଜପଥ। ସଂପ୍ରସାରଣ ଓ ଉନ୍ନତି କାର୍ଯ୍ୟ ଦୀର୍ଘ ୫ବର୍ଷରୁ ଊର୍ଦ୍ଧ୍ବ ହୋଇଥିଲେ ମଧ୍ୟ ରାସ୍ତାକାର୍ଯ୍ୟ ଏପର୍ଯ୍ୟନ୍ତ ସରିନାହିଁ। ଦୈନିକ ରାସ୍ତାର ଶୋଚନୀୟ ଅବସ୍ଥା ଓ ଖାଲଖମା ପାଇଁ ଦୁର୍ଘଯଣା ଘଟୁଛି। ଗୁରୁଡିଝାଟିଆ ଅଞ୍ଚଳର କୁଷ୍ପଙ୍ଗି ଠାରୁ ଅଡାଳ ପର୍ଯ୍ୟନ୍ତ ରାସ୍ତା ମଧ୍ୟ ଅତ୍ୟନ୍ତ ବିପଦ ସଂକୂଳ। କୋଉଠି ସରିଛି ତ କୋଉଠି ଅଧାପନ୍ତରା ହୋଇପଡ଼ିଛି। ଯାହା ଫଳରେ କି ଅନେକ ଜୀବନ ଦୀପ ଲିଭିଗଲାଣି। ଏହାକୁ ତ୍ୱରାନ୍ୱିତ କରି ରାସ୍ତାକାର୍ଯ୍ୟକୁ ସଂପୂର୍ଣ୍ଣ କରିବା ନିମନ୍ତେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସେଭଳି ସମୟ ଧାର୍ଯ୍ୟ ମଧ୍ୟ କରିନାହିଁ। ଯାହାକି ପରିତାପର ବିଷୟ।

ଏଥିପାଇଁ ତ ଅନେକ ସମୟରେ କେତେବେଳେ ଓରନ୍ଦାରେ ତ ପୁଣି କେତେବେଳେ କପୁରସିଂ ପୁଣି କେତେବେଳେ ଖୁଣ୍ଟୁଣୀରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତି ପାଇଁ ସାଧାରଣ ଜନତା ରାଜରାସ୍ତାକୁ ଆସିବାପାଇଁ ପଛାଇନାହାନ୍ତି। ହେଲେ କଣ ହେବ। ହେଜିଲା ଓ ବୁଝିଲା ଲୋକ ସିନା ବୁଝିବେ। ଚେଇଁ ଶୋଇଥିବା ଲୋକକୁ ବୁଝାଇନହେବା ସଦୃଶ ରାଜପଥ କର୍ତ୍ତୃପକ୍ଷ ଏକ ପ୍ରକାର କୁମ୍ଭକର୍ଣ୍ଣ ନିଦ୍ରା ଶୋଇ ରାସ୍ତାରେ ଯାତାୟାତ କରୁଥିବା ଜନସାଧାରଣଙ୍କୁ ଜାଣିଶୁଶି ମୃତ୍ୟୁମୁଖକୁ ଠେଲିଦେଉଛି ବୋଲି ବୁଦ୍ଧିଜୀବିମାନେ ମତ ଦେଉଛନ୍ତି।

- Advertisement -

ଉଦାହରଣ ସ୍ୱରୂପ ଓରନ୍ଦା ଠାରେ ଗତ ୨ ସପ୍ତାହତଳେ ଫ୍ଲାଏ ଓଭର ବ୍ରିଜରେ ପଡ଼ିଥିବା ଗୁଣ୍ଡ ଲଗାଣ ବର୍ଷା ଯୋଗୁଁଁ ଧୋଇ ଆସିବା ଫଳରେ ଗାଁର ଘରେ ଘରେ ପାଉଁଶଗୁଣ୍ଡ ଆସ୍ତରଣ ପଡ଼ିବା ସହ ଅନେକ ଚାଷକ୍ଷେତ ଉଜୁଡି ଯାଇଥିଲା। ଯାହାକି ଠିକାଦାର ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତିର ନିଦର୍ଶନ। ରାସ୍ତାକାର୍ଯ୍ୟ ତୁରନ୍ତ ସମାପନ ହୋଇନଥିବା ବେଳେ ଏବେ କିଭଳି ରାସ୍ତାରେ ଯାଉଥିବା ଗାଡି ଠାରୁ ଟୋଲ ଶୁଳ୍କ ଆଦାୟ କରାଯିବ ମୁଣ୍ଡରେ ପାଗ ଭିଡିଲେଣି ଜାତୀୟ ରାଜପଥ କର୍ତ୍ତୃପକ୍ଷ। ଯାହାକି ଗାଡି ଚାଳକଙ୍କ ପାଇଁ ଏକ ପରିହାସ ସଦୃଶ। ଖୁଣ୍ଟୁଣୀ କଲେଜ ନିକଟରେ ରାସ୍ତାର ଟୋଲ ଶୁଳ୍କ ଆଦାୟ କରିବା ପାଇଁ ଘର ଓ ଆନୁସଙ୍ଗିକ ନିର୍ମାଣକାର୍ଯ୍ୟ ଦେଖିଲେ ତାହା ସ୍ପଷ୍ଟ ବାରିହୋଇପଡୁଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟକୁ ତୀବ୍ର ନିନ୍ଦା କରାଯାଇଛି।

ଶରତ କୁମାର ଖୁଣ୍ଟିଆ: ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାସ୍ତା ନିର୍ମାଣକାର୍ଯ୍ୟ ସାରିବାକୁ ସର୍ବାଧିକ ପ୍ରାଥମିକତା ଦେବା ଉଚିତ୍। କେଉଁଠି ନା କେଉଁଠି ବିଭାଗ ଓ ଠିକାଦାର ଅବହେଳା ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟ ଶିଥିଳ ରହିଛି। ଯାହାର ଦୁର୍ଦ୍ଦଶା ଭୋଗୁଛନ୍ତି ଗାଡି ଚାଳକ ଓ ପଥଚାରୀ। ଅନେକ ଜୀବନଦୀପ ମଧ୍ୟ ଲିଭିଯାଇଛି। ଏଭଳିସ୍ଥଳରେ ରାସ୍ତାକାମ ନସରୁଣୁ ଟୋଲ ଶୁଳ୍କ ଆଦାୟ ପାଇଁ ସଜବାଜ ଅତ୍ୟନ୍ତ ନିନ୍ଦନୀୟ ଘଟଣା।
ମାନସ ବସ୍ତିଆ,(ସଭାପତି, ଆଠଗଡ଼ ବିକାଶ ମଞ୍ଚ): ଜାତୀୟ ରାଜପଥ କର୍ତ୍ତୃପକ୍ଷ ଭୁଲି ଯାଇଛନ୍ତି ଗାଡିଚାଳକଙ୍କ କଥା। କିଭଳି ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି ଜନସାଧାରଣ। ଯାହାକୁ ଆଖିରେ ନଦେଖିଲେ ବୁଝିହେବ ନାହିଁ। ତୁରନ୍ତ ରାଜପଥ କାର୍ଯ୍ୟ ସଂପନ୍ନ ପରେ ଟୋଲ ଶୁଳ୍କ ଆଦାୟ କଥା ଚିନ୍ତା କରିବେ। ନଚେତ୍ ଜନଆନ୍ଦୋଳନକୁ ଏଡାଇ ଦିଆଯାଇନପାରେ। ଏବେଠୁ ସଜବାଜ ହେବା ଅଦୂରଦର୍ଶୀତା ର ପରିଚୟ ବୋଲି କହିଥିଲେ।
ମାଗୁଣୀ ଚରଣ ରାଉତ(ପୂର୍ବତନ ସରପଞ୍ଚ) : ଜାତୀୟ ରାଜପଥର ଟୋଲ ଶୁଳ୍କ ଆଦାୟ ଦେଶର ବିକାଶ ପ୍ରକ୍ରିୟାରେ ସହାୟକ ହେବ। ଏହା ସ୍ୱାଗତଯୋଗ୍ୟ। ହେଲେ ଯାହା ପ୍ରାଥମିକତା ତାହା କରାଯାଉନାହିଁ। ଫଳରେ ଦୈନିକ ଦୁର୍ଘଟଣା ଘଟୁଛି। ମୃତାହତ ମଧ୍ୟ ହେଉଛନ୍ତି। ରାଜପଥ କର୍ତ୍ତୃପକ୍ଷଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ। ତେଣୁ ତୁରନ୍ତ ରାସ୍ତାକାମ ସଂପନ୍ନ କରିବା ପରେ ଟୋଲ ଶୁଳ୍କ ଆଦାୟ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରିବା କଥା ବୋଲି କହିଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories