www.samajalive.in
Wednesday, December 10, 2025
26.1 C
Bhubaneswar

ନୂଆଁଖାଇ ପାଇଁ ଅଢିଆ ବଣ୍ଟନ

ରେଙ୍ଗାଲିକ୍ୟାମ୍ପ: ବରଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ବରଗଡ଼ ଜିଲା ଅନ୍ତର୍ଗତ ଅତାବିରା ବ୍ଲକ ର ରେଲୱେ ଷ୍ଟେସନ ସାମ୍ନା ରେ ଅତାବିରା ଅଞ୍ଚଳର ୧୦ ଜଣ ଅସହାୟ ପରିବାର ଓ କୁଷ୍ଠ ରୋଗୀଙ୍କୁ ମୁକ୍ତି ପାଇଥିବା ୧୦ ଟି ପରିବାରକୁ ଆଜି ନୂଆଁଖାଇ ପାଇଁ ଅଢିବା ବଣ୍ଟନ କରାଯାଇଛି।
ଏହି ଅଢିଆରେ ସମସ୍ତ ପ୍ରକାର ରାସନ ସାମଗ୍ରୀ, ପନିପରିବା,ନୂତନ ବସ୍ତ୍ର ପ୍ରଦାନ କରାଯାଇଥିଲା, କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସମାଜ ସେବୀକା ନମିତା ମିଶ୍ର (ଅନୁଗୁଳ),  ଦିବାକର ପ୍ରଧାନ, ଅନୁଷ୍ଠାନ ର ସଭାପତି ମୁକୁନ୍ଦ ଦାଶ,ସମ୍ମାନିତ ଅତିଥି ଭାବେ ସମାଜସେବୀ ଡଃ ଅଜିତ କୁମାର ବାରିକ କାର୍ଯ୍ୟକ୍ରମ ରେ ଯୋଗଦାନ କରି ଅଢିଆ ବଣ୍ଟନ କରିଥିଲେ,ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଗରିବ ବନ୍ଧୁ ସମ୍ମାନ ନମିତା ମିଶ୍ର ଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ଜନ କଲ୍ୟାଣ ସେବା ଟ୍ରଷ୍ଟର ସମ୍ବଲପୁର ଜିଲ୍ଲା ମଣ୍ଡଲ ସଭାପତି ବୀରେନ୍ଦ୍ର ପ୍ରତାପ ସାହୁ,ପରେଶ କୁମାର ମେହେର, ବୃନ୍ଦାବନ ବେହେରା, ଶ୍ୟାମ ମେହେର,ପାୟଲ ପାତ୍ର, ସଂଜୀବ ଦାଶ, ଶେଷଦେବ ଦାଶ, ମନିଷ ଶର୍ମା,ମାନସ ଉପଦେଷ୍ଟା ଶ୍ରୀ ଶିବାନନ୍ଦ ମଟାରୀ କାର୍ଯ୍ୟକ୍ରମ କୁ ସହଯୋଗ କରିଥିବା ବେଲେ,ଜନ କଲ୍ୟାଣ ସେବା ଟ୍ରଷ୍ଟ ଅଢିଆ ବଣ୍ଟନ କାର୍ଯ୍ୟକ୍ରମକୁ ସହଯୋଗ କରିଥିବା ସମସ୍ତ ଦାତା ମାନଙ୍କ ପାଇଁ କୁଷ୍ଠ ରୋଗରୁ ମୁକ୍ତ ପାଇଥିବା ଅସହାୟ ପରିବାର ଓ ଅସହାୟ ମାନେ ହୁଲହୁଲି ସହ ଆଶିର୍ବାଦ କରିଥିଲେ।
ପ୍ରକାଶ ଥାଉକି ଏହି ଅଢିଆ ବଣ୍ଟନ କାର୍ଯ୍ୟକ୍ରମ ୬ ବର୍ଷ ରେ ପଦାର୍ପଣ କରିଛି ବୋଲି ଜନ କଲ୍ୟାଣ ସେବା ଟ୍ରଷ୍ଟ ର ପ୍ରତିଷ୍ଠାତା ସଭାପତି ମୁକୁନ୍ଦ ଦାଶ ସୂଚନା ପ୍ରଦାନ କରିଛନ୍ତି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories