www.samajalive.in
Monday, December 8, 2025
27.1 C
Bhubaneswar

ମର୍ସିଡିଜ୍ ଆଣିଲା ବିଶ୍ବର ପ୍ରଥମ ଇଲେକ୍ଟ୍ରିକ୍ ମେବ୍ୟାକ୍, ଜାଣନ୍ତୁ ଦାମ୍..

ନୂଆଦିଲ୍ଲୀ : ବିଳାସପୂର୍ଣ୍ଣ କାର୍ ନିର୍ମାତା କମ୍ପାନୀ ମର୍ସିଡିଜ୍ ଭାରତରେ ପ୍ରଥମ ଇଲେକ୍ଟ୍ରିକ୍ ମେବ୍ୟାକର ବଜାର ପ୍ରବେଶ କରିଦେଇଛି । କମ୍ପାନୀ ମେବ୍ୟାକ୍ ଇକ୍ୟୁଏସ୍ ୬୮୦ ଏସୟୁଭି ଆଜି ଭାରତୀୟ ବଜାରରେ ଲଞ୍ଚ୍ କରିଦେଇଛି । ଏହି କାର୍ ପ୍ରଥମ ମେବ୍ୟାକ୍ ଇଲେକ୍ଟ୍ରିକ୍ କାର, ଯାହା ଭାରତୀୟ ବଜାରକୁ ଆସିଛି । ଏହି କାରର ଦାମ୍ ୨.୨୫ କୋଟି ଟଙ୍କା । ଏଥିରେ ୧୨୨ କେଡବ୍ଲୁଏଚର ବ୍ୟାଟେରୀ ପ୍ୟାକ୍ ମିଳିଥାଏ ଯାହା୬୧୧ କିଲୋମିଟରର ରେଞ୍ଜ ପ୍ରଦାନ କରିଥାଏ । ଏଥିରେ ମାତ୍ର ୪.୪ ସେକେଣ୍ଡରେ ଶୂନ୍ୟରୁ ୧୦୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍ ଯାତ୍ରା କରିହେବ ।

ଏଥିରେ ୧୧ ଏୟାରବ୍ୟାଗ୍ସ ମିଳେ । ଫାଷ୍ଟ ଚାର୍ଜରରେ ମାତ୍ର ୨୦ ମିନିଟରେ ଏହାକୁ ଚାର୍ଜ କଲେ ୩୦୦ କି.ମି. ଯାତ୍ରା କରିହେବ । ଏହା ବ୍ୟତୀତ ଏହି କାରକୁ ରିମୋଟରେ ପାର୍କ କରିହେବ । କାରରେ ଥିବା ମୋଟର ୬୫୮ ବିଏଚପିର ସର୍ବାଧିକ ପାଓ୍ବର ଏବଂ ୯୫୦ ନ୍ୟୁଟନ ମିଟରର ସର୍ବାଧିକ ଟର୍କ ଜେନେରେଟ୍ କରିଥାଏ । ଏଥିରେ ୪୪୦ ଲିଟରର ବୁଟସ୍ପେଶ୍ ମିଳିଥାଏ । ଉତ୍ତମ ସାଉଣ୍ଡ ପାଇଁ କାରରେ ୧୫ ସ୍ପିକର ମିଳୁଛି । ଗ୍ରାହକ ଏହାକୁ ନିକଟସ୍ଥ ମର୍ସିଡିଜ୍ ଶୋରୁମରୁ କ୍ରୟ କରିପାରିବେ ।

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories