www.samajalive.in
Sunday, December 7, 2025
15.1 C
Bhubaneswar

କ୍ରିକେଟରଙ୍କୁ ଶିକ୍ଷା

ନିକଟରେ ଏକ ଲୋକପ୍ରିୟ ଟିଭି କାର୍ଯ୍ୟକ୍ରମରେ ମହିଳାଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିବା କ୍ରିକେଟର ହାର୍ଦିକ ପାଣ୍ଡ୍ୟା ଓ କେଏଲ୍‌ ରାହୁଲଙ୍କ ସମସ୍ୟା ବଢ଼ିବା ନିଶ୍ଚିତ। ଗୁରୁବାର ବିସିସିଆଇ ଦ୍ବାରା ନିଯୁକ୍ତ ପ୍ରାଶାସନିକ କମିଟି (ସିଓଏ)ର ମୁଖ୍ୟ ବିନୋଦ ରାୟ ଖେଳାଳିଦ୍ବୟଙ୍କ ଉପରେ ଦୁଇଟି ଲେଖାଏଁ ଦିନିକିଆ ମ୍ୟାଚ୍‌ରୁ ବାସନ୍ଦ କରିବା ପାଇଁ ସୁପାରିସ କରିଛନ୍ତି। କମିଟିର ଅନ୍ୟତମ ସଦସ୍ୟ ଡାଏନା ଇଡୁଲ୍ଜି ଯଦି ଶ୍ରୀ ରାୟଙ୍କ ସୁପାରିସରେ ସମ୍ମତ ହୁଅନ୍ତି, ତେବେ ଉଭୟେ ଦଣ୍ଡ ଭୋଗିବା ପ୍ରାୟ ନିଶ୍ଚିତ। ସେମାନେ ଅବଶ୍ୟ ବୋର୍ଡ ଓ କମିଟି ନିକଟରେ କ୍ଷମାପ୍ରାର୍ଥନା କରିସାରିଛନ୍ତି।
ବିସିସିଆଇ ଶେଷରେ କି ନିଷ୍ପତ୍ତି ନେଉଛି, ତାହା ଦେଖିବା କଥା; ତେବେ କ୍ରିକେଟରଙ୍କୁ ଟିଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ସଂପୂର୍ଣ୍ଣ ବାରଣ କରିବା ପାଇଁ ଯେଉଁ କଥା ଉଠିଛି, ତାହା ଏହି ସମସ୍ୟାର ସମାଧାନ ନୁହେଁ ନିଶ୍ଚୟ। ବର୍ତ୍ତମାନ ଯୁଗରେ କ୍ରିକେଟ ସହ ଆମ ସମାଜ ଏତେ ଓତପ୍ରୋତ ଭାବେ ଜଡ଼ିତ ଯେ ତାକୁ ଅଲଗା କରିବା ଅନେକ ସମୟରେ କଷ୍ଟକର। ପୁଣି ଏବର ମଲ୍ଟିମିଡିଆ ପୃଥିବୀରେ କ୍ରିକେଟର ହୁଅନ୍ତୁ ବା ଅନ୍ୟ କେହି, ନିଜକୁ ଗଣମାଧ୍ୟମରୁ ସଂପୂର୍ଣ୍ଣ ଦୂରେଇ ରଖିବା ସହଜ ନୁହେଁ। ସାମାଜିକ ଗଣମାଧ୍ୟମ ବା ଟିଭି ସହ ସଂପୃକ୍ତ ହେବା ତାଙ୍କ ଜୀବନଜୀବିକାର ଏକ ସ୍ବାଭାବିକ ଅଂଗ। ତେଣୁ ସେଥିରୁ ସଂପୂର୍ଣ୍ଣ ନିବୃତ୍ତ କରିବା ଅବ୍ୟାବହାରିକ ମନେହୁଏ। ଏହା ସତ୍ୟ ଯେ ସେମା​‌େ​‌ନ ଏସବୁରେ ଯୋଡ଼ିହେଲାବେଳେ ନିଜକୁ ସଂଯତ ରଖିବେ ଓ ଏଭଳି କିଛି କାର୍ଯ୍ୟ କରିବେ ନାହିଁ, ଯାହା ସେମାନଙ୍କୁ, କ୍ରୀଡ଼ାକୁ ବା କ୍ରୀଡ଼ା ସଂଗଠନକୁ ବଦନାମ କରିବ ନାହିଁ। ବିଶେଷତଃ ଏ କ୍ଷେତ୍ରରେ ବିସିସିଆଇ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇପାରିବ। କ୍ରିକେଟରଙ୍କୁ ଅନ୍ୟ ସହ ଯୋଗାଯୋଗ କରିବା ବା ଗଣମାଧ୍ୟମରେ ନିଜକୁ କିଭଳି ସେମାନେ ଉପସ୍ଥାପିତ କରିବେ, ସେ ସମ୍ପର୍କରେ ତାଲିମ ଦେଇପାରିବ ବା ମାର୍ଗଦର୍ଶନ କରିପାରିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories