www.samajalive.in
Saturday, December 6, 2025
16.1 C
Bhubaneswar

ରାଷ୍ଟ୍ରୀୟ ଶିଶୁ ବିକାଶ ସ୍ୱାସ୍ଥ୍ୟ ଶିବିର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତରେ ଥିବା ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ କାଣସୁରରେ ବ୍ଲକସ୍ତରୀୟ(ଡିଇଆଇସି) ରାଷ୍ଟ୍ରୀୟ ଶିଶୁ ବିକାଶ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲା ସ୍ୱାସ୍ଥ୍ୟକେନ୍ଦ୍ରର ଶିଶୁ ବିଶେଷଜ୍ଞ ଭି. ରାବଣା , ବାଲାଜୀ ପଟ୍ଟନାୟକ, ଦାନ୍ତ ଚିକିତ୍ସକ ଡାକ୍ତର ଜ୍ଞାନରଞ୍ଜନ ମେହେର, କର୍ଣ୍ଣ ବିଶେଷଜ୍ଞ ସୁପ୍ରଭା ପଣ୍ଡା ଓ ସରିତା ମଣ୍ଡଳ, ରାଷ୍ଟ୍ରୀୟ ବାଲ ଶିଶୁ ସୁରକ୍ଷା ବିଭାଗର ପରିଚାଳକ ବାସୁଦେବ ରଥ, ଡାକ୍ତର ମାନସ ତନ୍ତୀ, କଲ୍ୟାଣସିଂହପୁର ଡାକ୍ତର ସମ୍ୟରଞ୍ଜନ ଜେନା, ଡାକ୍ତର ପ୍ରମୋଦ କୁମାର ମିଶ୍ର, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେଶ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସେମାନେ ବାଳିକା ଉଚ୍ଚ ବିଦ୍ୟାଳୟର ୫ରୁ ୧୯ବର୍ଷର ମୋଟ ୧୩୫ ଜଣ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ପାର୍ସାଲି ପଞ୍ଚାୟତର ଟୁଟା, ପାତଲମ୍ଭା, ଜାମପଦର ଗ୍ରାମର ପ୍ରାୟ ୬୦ଜଣ ପିଲାଙ୍କୁ ଦାନ୍ତ, ଚର୍ମ, ଆଖି, କର୍ଣ୍ଣ ଭଳି ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏଥିରୁ ୩ଜଣ ଦିବ୍ୟାଙ୍ଗ ରୋଗୀ, ହୃଦରୋଗୀ ଚିହ୍ନଟ କରାଯାଇଛି । ଏମାନଙ୍କୁ ଜିଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଜଣାପଡିଛି। ଏହାପରେ କିଶୋର ଓ କିଶୋରୀମାନଙ୍କୁ ନେଇ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସଚେତନତା କରାଯାଇଥିଲା । ୧୦ରୁ୧୯ବର୍ଷ ବୟସର କିଶୋର ଓ କିଶୋରୀମାନଙ୍କର ଶରୀରରେ ହେଉଥିବା ପରିବର୍ତ୍ତନ, ମାସିକ ଋତୁଶ୍ରାବ ସମୟରେ ଯତ୍ନ, ପୁଅ ଝିଅଙ୍କ ମଧ୍ୟରେ ଭେଦଭାବ ନ ରଖିବା ଆଦି ଉପରେ ଅବଗତ କରାଯାଇଥିଲା। ଖାଲି ପାଦରେ ବାହାରକୁ ନ ଯିବା, ହାତଧୁଆ, ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, କୁଷ୍ଠ, ଜଣ୍ଡିସ ଆଦି ବିଭିନ୍ନ ପ୍ରକାର ରୋଗ ବିଷୟରେ ସଚେତନତା କରାଯାଇଥିଲା। ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ମହିଳା ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories