www.samajalive.in
Tuesday, December 9, 2025
16.1 C
Bhubaneswar

ଜାତୀୟ ରାଜପଥରୁ ଅଜଣା ମୃତଦେହ ଜବତ

ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପିପିଲି ବାଇପାସ ରାସ୍ତାର ତେଇସିମାଇଲ ଛକ ଓ ଦାଣ୍ଡମୁକୁନ୍ଦପୁର ମଧ୍ୟବର୍ତ୍ତି ଅଞ୍ଚଳରୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହକୁ ପୁଲିସ ଗୁରୁବାର ଜବତ କରିଛି। ରାସ୍ତାର ଡିଭାଇଡର ମଝିରେ ଉଲଗ୍ନ ଅବସ୍ଥାରେ ମୃତଦେହ ପଡିଥିବା ବେଳେ ପାଖରେ ଏକ ଗାମୁଛା ପଡିଥିବା ପରିଲକ୍ଷିତ ହୋଇଥିଲା। ଖବର ପାଇ ପିପିଲି ପୁଲିସ ସେଠାରେ ପହଞ୍ôଚ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଛି।

ଏ ସଂପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ମୃତକଙ୍କ ଆନୁମାନିକ ବୟସ ୩୦ରୁ ୩୫ ମଧ୍ୟରେ ହୋଇଥିବା ବେଳେ ତାଙ୍କ ମୁଁହରେ ଦାଢି ଥିବା ପରିଲକ୍ଷିତ ହୋଇଥିଲା। ସେ ଜଣେ ମାନସିକ ବିକୃତ ଯୁବକ ହୋଇଥିବା ଅନୁମାନ କରାଯାଉଛି। କୌଣସି ଅଜଣା ଗାଡି ଧକ୍କାରେ ତାଙ୍କ ମୃତ୍ୟୁ ଘଟିଥିବା ପୁଲିସ ଅନୁମାନ କରୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories