www.samajalive.in
Sunday, December 7, 2025
15.1 C
Bhubaneswar

ବୟାନକୁ ନେଇ ବଢିଲା ସମସ୍ୟା: କଙ୍ଗନାଙ୍କୁ ମାନହାନୀ ନୋଟିସ୍‌, ୭ଦିନରେ କ୍ଷମା ନ ମାଗିଲେ..

ମୁମ୍ବାଇ: କୃଷକ ଆନ୍ଦୋଳନ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାଓ୍ବତଙ୍କ ସମସ୍ୟା ଲଗାତର ବଢିବାରେ ଲାଗିଛି। ପୂର୍ବରୁ ବିଜେପି କଙ୍ଗନାଙ୍କ ମନ୍ତବ୍ୟରୁ ନିଜକୁ ଦୂରେଇ ରଖିଛି, ଏବେ ଗ୍ୱାଲିଅରର କୃଷକମାନେ କୃଷକ ଆନ୍ଦୋଳନ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ କଙ୍ଗନାଙ୍କୁ ମାନହାନୀ ନୋଟିସ୍ ପଠାଇଛନ୍ତି।

ଆଇନଗତ କାର୍ଯ୍ୟାନୁଷ୍ଠାନ ଚେତାବନୀ, କ୍ଷମା ମାଗିବାକୁ ୭ଦିନ ସମୟ:

- Advertisement -

ଗ୍ୱାଲିଅରର କୃଷକ ନେତାଙ୍କ ଦ୍ଵାରା ସାଂସଦ କଙ୍ଗନା ରାଣାଓ୍ବତଙ୍କ ନିକଟକୁ କୃଷକ ଆନ୍ଦୋଳନ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ପଠାଯାଇଥିବା ନୋଟିସ୍‌ରେ କୁହାଯାଇଛି ଯେ, ଯଦି ସାତ ଦିନ ମଧ୍ୟରେ ସେ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ନ ମାଗନ୍ତି, ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କଙ୍ଗନାଙ୍କୁ ମାନହାନୀ ନୋଟିସ୍ ପଠାଇଥିବା ଓକିଲ ବିଶ୍ୱଜିତ ରତୌନିୟା କହିଛନ୍ତି ଯେ, ୩୮୦ ଦିନ ଧରି ଚାଲିଥିବା କୃଷକ ଆନ୍ଦୋଳନରେ ପ୍ରାୟ ୭୫୦ କୃଷକ ନିଜ ଜୀବନ ଦେଇଛନ୍ତି, ଯେଉଁଥିପାଇଁ ଦେଶର ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼ିଥିଲା ଏବଂ କୃଷକ ଆଇନର ତିନିଟି ବିଲ୍‌କୁ ପ୍ରତ୍ୟାହାର କରିବାକୁ ପଡ଼ିଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହାକୁ ମଳିନ କରାଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories