www.samajalive.in
Tuesday, December 9, 2025
16.1 C
Bhubaneswar

ପାଟଣାର ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପାଳିତ

ସାହାରପଡା ବ୍ଲକ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସ୍ବର୍ଣ୍ଣକ୍ଷେତ୍ର ଗଦଗଦିରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବକୁ ପୁରୁମୁଣ୍ଡା ଗ୍ରାମ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପଟାବାରୀର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପାଲା ଗାୟକ ଧନେଶ୍ୱର ମହାନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପୁରୁଜିତ ମୁନି, ବରିଷ୍ଠ ଆଚାର୍ଯ୍ୟ ସନାତନ ମହାନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟର ମୋଟ ୬୩ ଜଣ ଶିଶୁ ଭାଇ ଭଉଣୀ ରାଧା କୃଷ୍ଣ ବେଶ ଧାରଣ କରି ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମଦିନକୁ ଚରିତାର୍ଥ କରିଥିଲେ। କନ୍ୟାଭାରତୀର ଭଉଣୀମାନେ କୃଷ୍ଣ ବେଶରେ ଆସିଥିବା କୃଷ୍ଣମାନଙ୍କୁ ପୂଜାର୍ଚ୍ଚନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମହାନ୍ତ ଶିଶୁ ଭାଇ ଭଉଣୀ ମାନଙ୍କୁ ପାଲା ଛଳରେ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ସମ୍ବନ୍ଧୀୟ ବାର୍ତ୍ତା ଖୁବ୍ ସରସ ଓ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ। କୃଷ୍ଣବେଶ ଧାରଣ କରିଥିବା ସମସ୍ତ ଶିଶୁ ଭାଇଭଉଣୀ ମାନଙ୍କୁ ମୁଖ୍ୟଅତିଥି ପୁରସ୍କାର ପ୍ରଦାନ କରିଥିଲେ। ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା, ସେବକ ସେବିକା ତଥା ଶିଶୁ ଭାଇଭଉଣୀ ମାନଙ୍କ ସହଯୋଗରେ ଏହି ଉତ୍ସବ ସଫଳ ହୋଇଥିଲା।

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ତୁରୁମୁଙ୍ଗା ଠାରେ ଲୀଳାମୟ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମ ଉତ୍ସବ ଏକ ସୁନ୍ଦର ଓ ଭବ୍ୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପାଲା ଗାୟକ ତଥା ଶିକ୍ଷାବିତ ଉମେଶ ଚନ୍ଦ୍ର ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ କୁଳମଣି ସାହୁ, ନିର୍ମଳ ଚନ୍ଦ୍ର ସାହୁ ଏବଂ ଅବିଭାବକ ଧ୍ୟାନ ଚନ୍ଦ୍ର ମହାନ୍ତ ଯୋଗ ଦେଇ ଥିଲେ। ପ୍ରଥମ ରେ ଶିଶୁ ଭାଇ, ଭଉଣୀ ଙ୍କ ମଧ୍ୟରେ କୃଷ୍ଣ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃଷ୍ଣ ବେଶରେ ସଜ୍ଜିତ ହୋଇଥିବା ଶିଶୁମାନଙ୍କୁ ଦମୟନ୍ତୀ ଗୁରୁମାଙ୍କ ନେତୃତ୍ୱରେ ନଗର ଭ୍ରମଣ ରେ ନିଆଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ବିଦ୍ୟାଳୟ ର ପ୍ରଧାନାଚାର୍ଯ୍ୟ ଚିତ୍ତରଞ୍ଜନ ମହାନ୍ତ ମଞ୍ଚ ଉପରେ ଉପବେଶନ କରିଥିବା ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଆଚାର୍ଯ୍ୟ ଉତ୍ତମ କୁମାର ମହାନ୍ତ ଅତିଥି ଅଧିକାରୀଗଣଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଅନୁଷ୍ଠାନର ସମସ୍ତ ଗୁରୁଜୀ, ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁନ୍ଦର ଭାବରେ ଉଦଯାପିତ ହୋଇଥିଲା।

- Advertisement -

ପାଟଣା ମୁଖ୍ୟାଳୟ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଧୁମଧାମରେ ପାଳନ ହୋଇଯାଇଛି। ଏହି ଉତ୍ସବରେ ବିଦ୍ୟାଳୟର ୧ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ ରାଧା ଓ କୃଷ୍ଣ ବେଶରେ ସୁସଜ୍ଜିତ ହୋଇ ଆସିଥିଲେ। ସେମାନଙ୍କ ମଧ୍ୟରେ ଭଜନ ଓ ଭଜନନୃତ୍ୟ ଓ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବକ୍ତା ଭାବେ ସ୍ଥାନୀୟ ପ୍ରଜାପିତା ଇଶ୍ୱରୀୟ ବିଶ୍ବ ବିଦ୍ୟାଳୟର ସଞ୍ଚାଳୀକା ବ୍ରହ୍ମାକୁମାରୀ ସଞ୍ଜୁଲତା ଓ ଆଚାର୍ଯ୍ୟ ନବ କିଶୋର ମହାନ୍ତ ଶ୍ରୀକୃଷ୍ଣ ଭଗବାନଙ୍କ ଜନ୍ମ ବୃତ୍ତାନ୍ତ ବିଷୟରେ ଶିଶୁ ମାନଙ୍କ ନିକଟରେ ଉପସ୍ଥାପନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କର ସ୍ବାଗତ ଭାଷଣ ସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ହିରାଲାଲ ମହାନ୍ତ, ଶୋଭାଶ୍ରୀ ଷଡ଼ଙ୍ଗୀ ସଂଯୋଜନା କରିଥିବା ବେଳେ ସମସ୍ତ ଗୁରୁଜୀ, ଗୁରୁମା ସହଯୋଗ କରିଥିଲେ। ଶିଶୁ ମାନଙ୍କ ଦ୍ୱାରା ପରିଧାନ କରାଯାଇଥିବା ସୁସଜ୍ଜିତ ବେଶଭୁଷା ବେଶ ଆକର୍ଷଣୀୟ ହୋଇଥିଲା। କାର୍ଯ୍ୟକ୍ରମ ପରେ ସ୍ଥାନୀୟ ବିଶ୍ବ ହିନ୍ଦୁ ପରିଷଦର ସହଯୋଗରେ ନଗର ପରିକ୍ରମା କରାଯାଇଥିଲା।

ଢେଙ୍କିକୋଟ ସରସ୍ୱତୀ ଶିଶୁ ବିଦ୍ୟମନ୍ଦୀର ପକ୍ଷରୁ ଜନ୍ମାଷ୍ଟମୀ ମହୋତ୍ସବ ଧୁମଧାମରେ ପାଳନ କରାଯାଇଛି। ପ୍ରଧାନ ଆଚାର୍ଯ୍ୟ ଲୋକନାଥ ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଦ୍ୟାମନ୍ଦୀରର ସଭାପତି ଦୁଃଖବନ୍ଧୁ ବାରିକ, ସମ୍ପାଦକ ତୃପ୍ତି ରଞ୍ଜନ ସାହୁ କୋଷାଧ୍ୟକ୍ଷ ରୁଦ୍ର ନାରାୟଣ ମହାନ୍ତ ପ୍ରମୁଖ ଉପସ୍ଥିତ ରହି କୁନି କୁନି ଛାତ୍ରଛାତ୍ରୀ ମାନଙ୍କର କୃଷ୍ଣ ଓ ରାଧା ବେଶ ପ୍ରତିଯୋଗିତା ଦେଖି ବେଶ ଆନନ୍ଦିତ ହୋଇଥିଲେ। ଜୟ ଶ୍ରୀ କୃଷ୍ଣ ନାରା ଦେଇ ଛାତ୍ରଛାତ୍ରୀ ମାନେ ଶିଶୁ ମନ୍ଦିରରୁ ବଜାର ଅଞ୍ଚଳ ଦେଇ ଶିବ ମନ୍ଦିରକୁ ଆସି ଥିଲେ। ଗୁରୁଜୀ ବୈଲୋଚନ ରାଉତ ବିଜୟ କୁମାର ନାୟକଙ୍କ ସହ ଅନ୍ୟ ଗୁରୁଜୀ ଗୁରୁମା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଯାଦବ କୁଳର ଆରାଧ୍ୟ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉପଲକ୍ଷେ କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକର ଯାଦବ ମହାସଭାର ସଭାପତି ପ୍ରହଲ୍ଲାଦ ପଲେଇଙ୍କ ସଭାପତିତ୍ବରେ ଗୁଳୁଦିପଶି ଗ୍ରାମରେ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଛି। ସମ୍ପାଦକ ରଞ୍ଜନ କୁମାର ବାରିକଙ୍କ ସହିତ କର୍ମକର୍ତ୍ତା ସର୍ବଶ୍ରୀ ଅଭୟ ବେହେରା, ପମି ବାରିକ, କପିଳ ବାରିକ, ଗୋପାଳ ବେହେରା, ନଟବର ବାରିକ ଓ ଈଶ୍ୱର ବାରିକ ପ୍ରମୁଖଙ୍କ ସହ ମହାସଭାର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରୁଛନ୍ତି। ଏଥିରେ ଡୁମୁରିଆ, ସରାସକୋଲା, ମୂଷାଖୋରୀ, ବଡ଼ପାଟଣା ପଞ୍ଚାୟତ ସମେତ ଅନ୍ୟାନ୍ୟ ପଞ୍ଚାୟତ ଅଞ୍ଚଳରୁ ଶତାଧିକ ଯାଦବ ସଦସ୍ୟ ଉତ୍ସବରେ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories