www.samajalive.in
Tuesday, December 9, 2025
15.1 C
Bhubaneswar

ଚୌଦ୍ୱାରରେ ଜନ୍ମାଷ୍ଟମୀ ଉତ୍ସବ

ଚୌଦ୍ୱାର: ଚୌଦ୍ୱାରରେ ବିଭିନ୍ନ ସ୍ଥାନରେ ପବିତ୍ର ଜନ୍ମାଷ୍ଟମୀ ପାଳିତ ହୋଇ ଯାଇଛି। ବଡବଜାର ସତ୍ୟ ନାରାୟଣ ପୂଜା ମଣ୍ଡପରେ ପ୍ରଭାତରୁ ସ୍ନାନ, ତପର୍ଣ ଓ ମଙ୍ଗଳ ଆରତୀ ସହିତ ଲକ୍ଷ୍ମୀ ନାରାୟଣ ଓ ଆଣ୍ଠୁଆ ଗୋପାଳଙ୍କ ପୁଜାର୍ଚ୍ଚନା ରୀତିନୀତିରେ ସମାପନ କରାଯାଇଥିଲା। ଶ୍ରଦ୍ଧାଳୁ ମାନେ ସନ୍ଧ୍ୟା ସମୟରେ ନୈବେଦ୍ୟ ସମର୍ପଣ କରି ତୁଳସି ପାଇ ଉପବାସ ଖଣ୍ଡନ କରିଥିଲେ। ତିନିକୋଣିଆ ସ୍ଥିତ ଜଗନ୍ନାଥ ମନ୍ଦିର, ରାହାସବିହାରୀ ଜିୟୁ, ନବଗ୍ରହ ସାହିସ୍ଥିତ ନୀଳାଚଳ ଜଗନ୍ନାଥ ମନ୍ଦିର, ନୂଆବଣିଆ ସାହିର ବାଙ୍କବିହାରୀ, ପ୍ରଧାନ ସାହିସ୍ଥିତ ଗୋପାଳଜୀଉ, ଓଟିଏମ କଲୋନୀର ରାଧା ମୋହନ ଜୟୁ, ସତ୍ୟ ନାରାୟଣ ମନ୍ଦିର, ମୁଣ୍ଡମାଳ ସ୍ଥିତ ଅନନ୍ତବାସୁଦେବ ମନ୍ଦିର, ହାଉସିଂବୋର୍ଡ ଜଗନ୍ନାଥ ମନ୍ଦିର ଓ ଇମ୍ଫା ରାଧାକୃଷ୍ଣ ମନ୍ଦିର ଆଦିରେ ଜନ୍ମାଷ୍ଟମୀ ଉତ୍ସବ ସମାରୋହରେ ପାଳିତ ହୋଇଛି। ଗାନ୍ଧୀଛକ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟା ସ୍ନିଗ୍ଧା ନାୟକ ଓ ବାଣୀ ଭୁଷଣ ମହାନ୍ତିଙ୍କ ପରିଚାଳନାରେ କୁନିକୁନି ପିଲା ମାନଙ୍କ ଦ୍ୱାରା ରାଧାକୃଷ୍ଣ ବେଶ ସହିତ କୃଷ୍ଣ୍ନଜନ୍ମ ଲୀଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିର ଆନୁକୂଲ୍ୟରେ ସଂପାଦକ ମାନସ କୁମାର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଡ.ବିଚିତ୍ରାନନ୍ଦ ସ୍ୱାଇଁ ଓ ରୋଟାରିଆନ ସୁଧାଂଶୁ ଶେଖର ଜେନା କାର୍ଯ୍ୟକ୍ରମକୁ ଉଦ୍‌‌ଘାଟନ କରିଥିଲେ। ଏହି ଅବସରରେ କ୍ଷୀରୋଦ କୁମାର ମହାନ୍ତିଙ୍କ ଦ୍ୱାରା ସଂକଳିତ ଶ୍ରୀମଦ୍‌‌ ଭାଗବତ ଗୀତା ପାରୟଣ ଓ ପୁଜାବିଧି ପୁସ୍ତକ ଉନ୍ମୋଚିତ ହୋଇଥିଲା। କାଉନସିଲର ଅଜୟ କୁମାର ବେହେରା, ହରେକୃଷ୍ନ ସାହୁ, ନମିତାରାଣୀ ଉତ୍ତରାୟ, ଲିଙ୍ଗରାଜ ସାହୁ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ପ୍ରଧାନ ଅଚାର୍ଯ୍ୟା ଗାୟତ୍ରୀ ସାହୁ, ଅନୁରାଧା ଭଟ୍ଟ, ସାଗରୀକା ସିଂ, ଭବାନୀ ଶଙ୍କର ମୁର୍ମୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories