www.samajalive.in
Monday, December 8, 2025
27.1 C
Bhubaneswar

ଆଜିଠୁ ବିଧାନସଭାର ୨ୟ ପର୍ଯ୍ୟାୟ ଅଧିବେଶନ

ଭୁବନେଶ୍ୱର : ସପ୍ତଦଶ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆଜି (ମଙ୍ଗଳବାର)ଠାରୁ ଅନୁଷ୍ଠିତ ହେବ। ଏହା ସେପ୍ଟେମ୍ବର ୧୩ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟଦିବସ ରହିଛି। ଆଜି ଅଧିବେଶନର ପ୍ରଥମ ଦିନରେ ବିଭାଗୀୟ ସ୍ଥାୟୀ କମିଟିଗୁଡ଼ିକର ରିପୋର୍ଟ ଗୃହରେ ଉପସ୍ଥାପନ ହେବାର କାର୍ଯ୍ୟସୂଚୀ ରହିଛି। ୨୧ରେ ବଜେଟରେ ଅନୁଦାନ ନିମନ୍ତେ ଖର୍ଚ୍ଚ ଦାବି ଉପସ୍ଥାପନ ହେବ ବୋଲି ସ୍ବତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀଙ୍କ ସୂତ୍ରରୁ ସୂଚନା ଦିଆଯାଇଛି। ଚଳିତ ଅଧିବେଶନରେ ଶାସକ ବିଜେପିକୁ ଘେରିବାକୁ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛନ୍ତି। ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ବିଜେପି ନେତାଙ୍କୁ ଆମନ୍ତ୍ରଣ କରିବା ଓ ଅତ୍ୟାବଶ୍ୟକ ମୂଲ୍ୟ ବୃଦ୍ଧିକୁ ବିଜେଡି ପ୍ରସଙ୍ଗ କରିବାକୁ ଯୋଜନା କରିଥିବାବେଳେ କଂଗ୍ରେସ ସୁଭଦ୍ରା ଯୋଜନାକୁ ପ୍ରସଙ୍ଗ କରିବାର ସମ୍ଭାବନା ରହିଥିବା ଜଣାପଡିଛି।

Hot this week

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

Related Articles

Popular Categories