www.samajalive.in
Saturday, December 6, 2025
26.1 C
Bhubaneswar

ରାସ୍ତାରେ ଓପିଡ଼ି ସେବା ଦେବେ ଡାକ୍ତର

ସମାଜ ଡିଜିଟାଲ ଡେସ୍କ: କଲକାତା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଡାକ୍ତର ସଂଘ ପକ୍ଷରୁ ଅଭିନବ ପ୍ରତିବାଦ ଆରମ୍ଭ ହୋଇଛି। ଦିଲ୍ଲୀ ଏମ୍‌ସ ରେସିଡେଣ୍ଟ ଡାକ୍ତରଙ୍କ ପକ୍ଷରୁ ରାସ୍ତାରେ ବହିର୍ବିଭାଗ(ଓପିଡି) ସେବା ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି। ସୋମବାର ପୂର୍ବାହ୍ନରୁ ଡାକ୍ତରମାନେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ନିର୍ମାଣ ଭବନ ବାହାରେ ରାସ୍ତା ଉପରେ ପ୍ରତିବାଦସ୍ଵରୂପ ଓପିଡି​‌ ସେବା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। କଲକାତା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଦେଶବ୍ୟାପୀ ଡାକ୍ତରଖାନାଗୁଡ଼ିକରେ ଓପିଡି ସେବା ବନ୍ଦ ରହିଛି। ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି।

ଦିଲ୍ଲୀ ଏମ୍‌ସ ରେସିଡେଣ୍ଟ ଡାକ୍ତର ସଂଘ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ନିର୍ମାଣ ଭବନ ସମ୍ମୁଖ ରାସ୍ତାରେ ସୋମବାର ଓପିଡି ସେବା ପ୍ରଦାନ କରାଯିବ। ଭେଷଜ, ସର୍ଜରୀ, ସ୍ତ୍ରୀ ରୋଗ, ଶିଶୁ ରୋଗ, ଚକ୍ଷୁ ରୋଗ ବିଭାଗ ସମେତ ଅନ୍ୟାନ୍ୟ ବିଭାଗର ୩୬ ବିଶେଷଜ୍ଞ ଉପସ୍ଥିତ ରହି ସେବା ଯୋଗାଇଦେବେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories