କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିଠାରୁ ୯କିମି ଦୂର ପୁଞ୍ଜିପଥର ଠାରେ ବନ ବିଭାଗ ଦ୍ୱାରା ନିର୍ମାଣ ଚାଲିଥିବା ନଗରବନ୍ଧ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ମନ୍ତ୍ରୀ ଇକୋ ଟୁରିଜିମ ପ୍ରକଳ୍ପ କାର୍ଯ୍ୟ ତଦାରଖ କରିବା ସହ ନିଜ ମାଙ୍କ ନାଁ ରେ ଗୋଟିଏ ବୃକ୍ଷ ରୋପଣ କରିଥିଲେ। ପରେ ବଲାଙ୍ଗୀର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ୨ ଏସିଏଫ ଏବଂ ମନ୍ତ୍ରୀଙ୍କ ସାଙ୍ଗରେ ଥିବା ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି ବୃକ୍ଷ ରୋପଣ କରିଥିଲେ। ବର୍ତ୍ତମାନ ସାରା ବିଶ୍ୱ ଜଳବାୟୁ ପରିବର୍ତନର ସମସ୍ୟାକୁ ନେଇ ଜୁଝୁଛି। ଏଭଳି କ୍ଷେତ୍ରରେ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସମ୍ୱନ୍ନୟରେ ଜଙ୍ଗଲ ବିଭାଗ ଅଧୀନରେ ଥିବା ଇକୋଟୁରିଜିମ, ପର୍ଯ୍ୟଟନ ସ୍ଥଳିର ପୁନଃରୁଦ୍ଧାର କାର୍ଯ୍ୟ ସାରା ଓଡ଼ିଶାରେ ଜାରି ରଖିଛନ୍ତି। ପୁଞ୍ଜିପଥରକୁ ଇକୋ ଟୁରିଜିମ ଜରିଆରେ ଆଗକୁ ପୁନଃରୁଦ୍ଧାର କାର୍ଯ୍ୟ ଜାରି ରଖାଯିବା ପାଇଁ ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ସହଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ଜିଲ୍ଲା ସମ୍ପାଦକ ଅଜୟ ଶର୍ମା, ଘାସିରାମ ଜୈନ, ପ୍ରଦୀପ ବାଗ, ଅର୍ଜୁନ ଯାଦବଙ୍କ କଣ୍ଟାବାଞ୍ଜି ବନାଞ୍ଚଳ ଅଧିକାରୀ ସିଦ୍ଧାନ୍ତ ସାହୁ ଉପସ୍ଥିତ ରହିଥିଲେ।




