www.samajalive.in
Monday, December 8, 2025
27.1 C
Bhubaneswar

ମୟୂରକୁ ତରକାରୀ କରି ଖାଇବା ମହଙ୍ଗା ପଡିଲା, ବନ୍ଧାହେଲେ ୟୁଟ୍ୟୁବର

ସମାଜ ଡିଜିଟାଲ ଡେସ୍କ: ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ମୟୂରକୁ ମାରି ତରକାରୀ ପ୍ରସ୍ତୁତ କରି ଖାଇବାର ଭିଡ଼ିଓ । ଆମର ଜାତୀୟ ପକ୍ଷୀ ମୟୂରକୁ ମାରି ତାର ମାଂସକୁ ରୋଷେଇ କରି ଖାଉଥିଲେ ଜଣେ ୟୁଟ୍ୟୁବର । ଭିଡ଼ିଓ କରି ଲକ୍ଷ ଲକ୍ଷ ଭ୍ୟୁ ପାଇବା ଓ ରାତାରାତି ଦର୍ଶକଙ୍କ ପାଖରେ ପ୍ରସିଦ୍ଧ ହେବେ ବୋଲି ଭାବିଥିଲେ । ଲକ୍ଷ ଲକ୍ଷ ଭ୍ୟୁ ମଧ୍ୟ ହାତେଇଥିଲେ । ହେଲେ ଏଭଳି ଭିଡ଼ିଓ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି । ଏଭଳି ଜଣେ ୟୁଟ୍ୟୁବର ହେଲେ ତେଲେଙ୍ଗାନା ସିରସିଲାର ପ୍ରଣୟ କୁମାର ।
ସୂଚନା ଅନୁସାରେ ବନ୍ୟଜନ୍ତୁ ସୁରକ୍ଷା ଆଇନକୁ ଉଲ୍ଲଘଂନ କରି ସଂରକ୍ଷିତ ପ୍ରଜାତି ତଥା ଜାତୀୟ ପକ୍ଷୀ ମୟୂରକୁ ହତ୍ୟା କରିଛନ୍ତି ପ୍ରଣୟ । ଖାଲି ସେତିକି ନୁହେଁ ମୟୂରକୁ ମାରି ତେଲ ମସଲା ଦେଇ ଭଲ ଭାବରେ ରାନ୍ଧି ଖାଇଛନ୍ତି ମଧ୍ୟ । ପ୍ରଣୟ ବିଭିନ୍ନ ପ୍ରକାର ରୋଷେଇ କରୁଥିବାରୁ ଭିଡ଼ିଓ ରେକର୍ଡ କରି ତାହାକୁ ନିଜର ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରିଥାନ୍ତି । କିଛି ଦିନ ତଳେ ସେ ମୟୂରକୁ ମାରି ତରକାରୀ କରି ଖାଉଥିବାର ଭିଡ଼ିଓ ‘ଟ୍ରାଡିସନାଲ ପିକକ୍‍ କରି ରେସିପି’ ଟାଇଟଲ ଦେଇ ଏକ ଭିଡ଼ିଓ ଅପଲୋଡ କରିଥିଲେ । ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଥିଲା । ହେଲେ କିଛି ୟୁଜର୍ସ ଏହାକୁ କଡା ନିନ୍ଦା କରିବା ସହ ପ୍ରଣୟଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ବେଆଇନ ଭାବେ ଜାତୀୟ ପକ୍ଷୀକୁ ହତ୍ୟା କରିବା ନେଇ ବିନବିଭାଗ ନିକଟରେ ଅଭିଯୋଗ ହୋଇଥିଲା । ଅବୈଧ ବନ୍ୟଜନ୍ତୁ ଶିକାର କରି ଖାଇବା ଅଭିଯୋଗରେ ବନ ବିଭାଗ ପ୍ରଣୟଙ୍କୁ ଗିରଫ କରିଛି । ଏହାସହିତ ଯେଉଁ ସ୍ଥାନରେ ପ୍ରଣୟ ମୟୂର ତରକାରୀ ପ୍ରସ୍ତୁତ କରିଥିଲେ ସେଠାକୁ ବନବିଭାଗର ଏକ ଟିମ ଯାଇ ଛାନଭିନ କରିଥିଲେ । ସେଠାରୁ ରକ୍ତ ଛିଟା ପଡିଥିବା ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ପ୍ରକାର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରିବାକୁ ପଠାଯାଇଛି । ଏହାସହିତ ବଳକା ଥିବା ତରକାରୀ ମଧ୍ୟ ଯାଞ୍ଚ ପାଇଁ ଦିଆଯାଇଛି ।
ପ୍ରଣୟଙ୍କୁ ଜେରା ବେଳେ ସେ ପୁଲିସ ପାଖରେ ସତ ସ୍ୱୀକାର କରିବା ସହ ନିଜର ସବସ୍କ୍ରାଇବର ବଢାଇବା ପାଇଁ ଏଭଳି କରିଥିବା କହିଛି । ତେବେ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁସାରେ ପ୍ରଣୟଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି ବନବିଭାଗ ।

 

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories