www.samajalive.in
Tuesday, December 9, 2025
16.1 C
Bhubaneswar

ବାଙ୍କୀ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଓ ଆଲୋଚନାଚକ୍ର 

କଳାପଥର (ବାଙ୍କୀ: ବାଙ୍କୀ ବିଜେପି ପକ୍ଷରୁ ବିଜେପି ବିଧାନସଭା ପାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ବିଜେପି କର୍ମୀମାନଙ୍କର ତ୍ରିରଙ୍ଗା ଶୋଭାଯାତ୍ରା ବାଙ୍କୀ ଏନ୍‌.ଏ.ସି ଅନ୍ତର୍ଗତ ୫ନମ୍ବର ୱାର୍ଡ ବେଦପୁର ଷଷ୍ଠୀଦେବୀଙ୍କ ପୀଠରୁ ଆରମ୍ଭ ହୋଇଥିଲା। ଏହି ତ୍ରିରଙ୍ଗା ଶୋଭାଯାତ୍ରା ବାଙ୍କୀ ନଗର ପରିକ୍ରମା କରି ନିକଟସ୍ଥ ମହାରଣା ମଣ୍ଡପ ଠାରେ ପହଞ୍ଚି ଥିଲା । ସେଠାରେ ବିଭାଜନ ଓ ବିଭିଷିକା ସଂପର୍କରେ  ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ବିଜେପି ସଭାପତି ରାମନାରାୟଣ ମହାପାତ୍ର, ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ପଟ୍ଟନାୟକ, ନଗରମଣ୍ଡଳ ସଭାପତି ସଂଜୟ କୁମାର ରଣା, ସୁଶାନ୍ତ କୁମାର ଭଟ୍ଟ, ପ୍ରଶାନ୍ତ କୁମାର ସ୍ୱାଇଁ, ଜଗନ୍ନାଥ ପରିଡା, ବିପ୍ରବର ଲେଙ୍କା , ବିନୋଦ ଦାଶ, ସରୋଜ ମତଗଜସିଂହ, ଭାଗ୍ୟଧର ନାଏକ, ଦେବାଶିଷ ମାନସିଂହଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ଓ କର୍ମକର୍ତ୍ତାମାନେ ଯୋଗଦେଇ ତ୍ରିରଙ୍ଗା ଶୋଭାଯାତ୍ରାକୁ ସଫଳ କରିବା ସହିତ ଆଲୋଚନା ଚକ୍ରରେ ଭାଗ ନେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories