କଳାପଥର (ବାଙ୍କୀ): ବାଙ୍କୀ ତହସିଲରେ ୧୬୦ଜଣ ହିତାଧିକାରୀଙ୍କୁ ସିକିମ ପଟ୍ଟା ବଣ୍ଟନ କରାଯାଇଛି। ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ଏହି ପଟ୍ଟା ବଣ୍ଟନ କରି ଚାଷ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଅଧିକ ଫସଲ ଉତ୍ପାଦନ କରିପାରିବେ ବୋଲି କହିଥିଲେ। ବାଙ୍କୀ ଉପଜିଲ୍ଲାପାଳ ଦେବୀପ୍ରସାଦ ମହାନ୍ତି, ବାଙ୍କୀ ତହସିଲ୍ଦାର୍ ଅଶେଷ କୁମାର ନାୟକ, ଅତିରିକ୍ତ ତହସିଲଦାର ପୁନମ୍ ପ୍ରିୟଦର୍ଶିନୀ ଉପସ୍ଥିତ ରହି ପଟ୍ଟା ବଣ୍ଟନରେ ସହଯୋଗ କରିଥିଲେ। ସିକିମ୍ ସତ୍ତ୍ୱ ଉଚ୍ଛେଦ ହେବା ପରେ ସିକିମ୍ ସତ୍ତ୍ୱ ଖାତାରେ ଥିବା ଚାଷୀମାନଙ୍କୁ ରୟତ ପଟ୍ଟା ବଣ୍ଟନ କରାଯାଇଛି । ସରକାରଙ୍କ ନିୟମ ଅନୁଯାୟୀ ସିକିମ୍ ପ୍ରଜାମାନେ ୧ଡିସିମିଲ୍ ଜମିପାଇଁ ୧୪୨ଟଙ୍କା ଜମିଦାରମାନଙ୍କୁ କ୍ଷତିପୂରଣ ପୈଠ କରିଥିବା ତହସିଲ୍ ପକ୍ଷରୁ କୁହାଯାଇଛି।
Popular Categories



