www.samajalive.in
Sunday, December 7, 2025
14.1 C
Bhubaneswar

ଅତାବିରାରେ ତ୍ରିରଙ୍ଗା ଯାତ୍ରା

ରେଙ୍ଗାଲିଡ୍ୟାମ: ଆଜାଦି କା ଅମୃତ ମହୋତ୍ସବ ଅବସରରେ ପଞ୍ଚାୟତ ସମିତି ବିଭାଗ ପକ୍ଷରୁ ଅତାବିରା ବ୍ଲକର ୨୪ଟି ପଞ୍ଚାୟତ ଅଧୀନରେ ଥିବା ସ୍କୁଲ୍ କଲେଜକୁ ନେଇ ତ୍ରିରଙ୍ଗା ଯାତ୍ରା ସମ୍ପନ୍ନ ହୋଇଯାଇଛି । ଛାତ୍ରଛାତ୍ରୀମାନେ ଦେଶାତ୍ମ ବୋଧକ ଗୀତ ଗାଇ ନିଜ ନିଜ ଗ୍ରାମ ପରିକ୍ରମା କରିଥିଲେ। ଜିଲ୍ଲା ତଥା ରାଜ୍ୟକୁ ନିଶାମୁକ୍ତ କରିବା ପାଇଁ ଯୁବ ସମାଜ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରି ଦୃଢ଼ ସଂକଳ୍ପ ନେବା ଅତ୍ୟନ୍ତ ଆବଶ୍ୟକ। କେବଳ ସମାଜ, ପରିବାରକୁ ନୁହେଁ, ନିଜକୁ ମଧ୍ୟ ନିଶାମୁକ୍ତ କରିବା ଜରୁରୀ। ପରିବର୍ତ୍ତନ ପ୍ରଥମେ ନିଜ ଠାରୁ ହିଁ ଆରମ୍ଭ ହେବ ଉଚିତ୍ ବୋଲି ମତପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମରେ ୨୩ଟି ସରକାରୀ ବିଭାଗ, ବିଭିନ୍ନ ଅନୁଷ୍ଠାନ, ସରକାରୀ ବେସରକାରୀ ବିଦ୍ୟାଳୟ, ମହା ବିଦ୍ୟାଳୟ ସାମିଲ ହୋଇଥିଲେ । ସେହିପରି ଅତାବିରା ବ୍ଲକ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦେଇ ବୀର ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତି ନିକଟରେ ସମ୍ପନ୍ନ ହୋଇଥିଲା।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories