www.samajalive.in
Saturday, December 6, 2025
26.1 C
Bhubaneswar

ରାଜ୍ୟ ଆନ୍ତଃସ୍କୁଲ ଟେବୁଲ ଟେନିସ୍‌: କନିଷ୍ଠରେ ଡିପିଏସ୍‌ କଳିଙ୍ଗ, ଡିଏଭି ଏସ୍‌ସିବି ଚମ୍ପିଆନ୍‌

କଟକ: ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏସନ୍‌‌ ଆନୁକୂଲ୍ୟରେ ୫ମ ରାଜ୍ୟ ଆନ୍ତଃସ୍କୁଲ ଟେବୁଲ ଟେନିସ୍‌ ପ୍ରତିଯୋଗିତାରେ ମଙ୍ଗଳବାର ୨ୟ ଦିନ ଥିଲା। କଟକର ସିଡିଏ ସେକ୍ଟର-୭ ସ୍ଥିତ ବିଜୁ ପଟ୍ଟନାୟକ ଇନ୍‌‌ଡୋର ହଲ୍‌ରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି। ମଙ୍ଗଳବାର ୪ଟିଯାକ ବର୍ଗରେ ଦଳଗତ ଚମ୍ପିଆନ୍‌ସିପ୍‌ ସମାପ୍ତ ହୋଇଛି। ଏଥିରେ କନିଷ୍ଠ ବର୍ଗରେ ଡିପିଏସ୍‌ କଳିଙ୍ଗ ସ୍କୁଲ୍‌ ଓ କଟକର ଡିଏଭି ଏସ୍‌ସିବି ପବ୍ଲିକ୍‌ ସ୍କୁଲ୍‌ ଚମ୍ପିଆନ୍ ହୋଇଛନ୍ତି।
କନିଷ୍ଠ ବାଳକ ଫାଇନାଲରେ ଡିପିଏସ୍ କଳିଙ୍ଗ ସ୍କୁଲ୍‌ କଟକର ଷ୍ଟିୱାର୍ଟ ସ୍କୁଲ୍‌କୁ ୩-୨ ମ୍ୟାଚ୍‌ରେ ପରାସ୍ତ କରିଛି। ଚମ୍ପିଆନ୍ ଡିପିଏସ୍ କଳିଙ୍ଗ ପାଇଁ ଖେଳିଥିଲେ ଜୟତ୍ସୁ ଦାସଗୁପ୍ତା, ହିତେଶ ଅଗ୍ରୱାଲ ଓ ନୈତିକ ଭଲ୍ଲା।

କନିଷ୍ଠ ବାଳିକା ଫାଇନାଲରେ କଟକର ଡିଏଭି ଏସ୍‌ସିବି ପବ୍ଲିକ୍‌ ସ୍କୁଲ୍‌ ୩-୧ ମ୍ୟାଚ୍‌ରେ ଭୁବନେଶ୍ବରର କେନ୍ଦ୍ରୀୟ ବିଦ୍ୟାଳୟ-୧ ସ୍କୁଲ୍‌କୁ ପରାସ୍ତକରି ଚମ୍ପିଆନ୍‌ ହୋଇଛି। ଡିଏଭି ଏସ୍‌ସିବି ପବ୍ଲିକ୍‌ ସ୍କୁଲ୍‌ ପାଇଁ ଖେଳିଥିଲେ ଇତିଶ୍ରୀ ସାହୁ ଓ ଅରୌସ୍ମିତା ସାହୁ। ବରିଷ୍ଠ ବର୍ଗରେ ବାଳକ ଓ ବାଳିକା ବିଭାଗରେ କଟକର ସିଡିଏ ଡିଏଭି ପବ୍ଲିକ୍‌ ସ୍କୁଲ୍‌ ଓ ଗୁରୁ ନାନକ ପବ୍ଲିକ୍‌ ସ୍କୁଲ୍‌ ଚମ୍ପିଆନ୍‌ ହୋଇଛନ୍ତି। ବରିଷ୍ଠ ବାଳକ ଫାଇନାଲରେ ସିଡିଏ ଡିଏଭି ୩-୧ ମ୍ୟାଚ୍‌ରେ ଭୁବନେଶ୍ବରର ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍‌କୁ ପରାସ୍ତ କରିଛି।

- Advertisement -

ଚମ୍ପିଆନ୍ ସିଡିଏ ଡିଏଭି ସ୍କୁଲ୍‌ ଦଳରେ ଥିଲେ ଜିଜ୍ଞାସୁ ସାହୁ, ସ୍ମାରକ ରାୟ, ଆଶୁତୋଷ କୁମାର ଝା ଓ ବ୍ରହ୍ମାଦିତ୍ୟ ଦାସ। ବରିଷ୍ଠ ବାଳିକା ଫାଇନାଲରେ କଟକର ରଘୁନାଥଜୀଊ ଉଚ୍ଚ ମାଧ୍ୟମିକ ସ୍କୁଲ୍‌କୁ କଟକର ଗୁରୁ ନାନକ ପବ୍ଲିକ୍‌ ସ୍କୁଲ୍‌ ଚମ୍ପିଆନ୍‌ ହୋଇଛି। ଗୁରୁ ନାନକ ସ୍କୁଲ୍‌ ପାଇଁ ଖେଳିଥିଲେ ଦୁଇ ଭଉଣୀ ଉର୍ଜା ବର୍ମା ଓ ଶ୍ବେତା ବର୍ମା। ମଙ୍ଗଳବାର ଆନ୍ତଃସ୍କୁଲ୍‌ ବିଭାଗର ଉଭୟ କନିଷ୍ଠ ଓ ବରିଷ୍ଠ ବାଳକ ଓ ବାଳିକା ବର୍ଗରେ ବ୍ୟକ୍ତିଗତ ପ୍ରତିଯୋଗିତା ଆରମ୍ଭ ହୋଇଛି; ଯାହା ବୁଧବାର ସମାପ୍ତ ହେବ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories