www.samajalive.in
Tuesday, December 9, 2025
17.1 C
Bhubaneswar

କେନ୍ଦୁଝରରେ ରାଜ୍ୟସ୍ତରୀୟ ସନାତନ ଧର୍ମ ସମ୍ମିଳନୀ

କେନ୍ଦୁଝରଗଡ: ଆର୍ଯ୍ୟ ସଂସ୍କୃତି ସୁରକ୍ଷା ପରିଷଦ ଆନୁକୂଲ୍ୟରେ ରବିବାର କେନ୍ଦୁଝର ସହର ଗୁଜରାଟୀ ସମାଜ ସଭାଗୃହରେ ରାଜ୍ୟସ୍ତରୀୟ ସନାତନ ଧର୍ମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝରଗଡ଼ ପୌର।।ଧ୍ୟକ୍ଷା ନିକୁ ସାହୁ ଏହି କାର୍ଯ୍ୟକ୍ରମକୁ ଉଦ୍‌‌ଘାଟନ କରିଥିବା ବେଳେ ମୁଖ୍ୟଅତିଥି ଭାବେ ବିପିନ ବିହାରୀ ମିଶ୍ର, ମୁଖ୍ୟବକ୍ତା ଭାବେ ସଂଗ୍ରାମ ଆଚାର୍ଯ୍ୟ ଓ ନିମନ୍ତ୍ରିତ ଅତିଥି ଭାବେ କୈଳାସ ଚନ୍ଦ୍ର ପଣ୍ଡା, ବିରଜା ମିଶ୍ର, ମଧୁସୂଦନ ମିଶ୍ର, ପୀତବାସ ପଣ୍ଡା, ବିଜୟ ପାଣିଗ୍ରାହୀ, କୃତିବାସ ରଥ, ନିରଞ୍ଜନ ଦାଶ, ମନୋରଞ୍ଜନ ପାଢୀ, ବ୍ରଜକିଶୋର ମହାପାତ୍ର, ଦେବବ୍ରତ ପତି, ସୁବାହୁ କୁମାର ଦାଶ, ଦେବ ପତି ଓ ରଶ୍ମିରଞ୍ଜନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଚାରାରୋପଣ ଓ ଗୋପୂଜନ କରାଯିବା ପରେ ବେଦ ବିଦ୍ୟାଳୟ ଛାତ୍ରମାନଙ୍କ ଦ୍ୱାରା ସମୂହ ବେଦପାଠ କରାଯାଇଥିଲା। ସାମ୍ପ୍ରତିକସ୍ଥିତିରେ ଧର୍ମକୁ ନେଇ ବିଦ୍ୱେଷ ଓ ହିଂସା ଦେଖିବାକୁ ମିଳୁଥିବା ବେଳେ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ସନାତନ ଧର୍ମାବଲମ୍ବୀ ଭାଇଭଉଣୀ ଏକାଠି ହେବାକୁ ଅତିଥିଗଣ ଆହ୍ୱା୍‌‌ନ ଦେଇଥିଲେ। ଭାରତବର୍ଷରେ ଆର୍ଯ୍ୟ ସଂସ୍କୃତି ଓ ସନାତନ ଧର୍ମର ସୁରକ୍ଷା, ମଠ ମନ୍ଦିରର ସଂରକ୍ଷଣ, ଭାଗବତ ଟୁଙ୍ଗିର ପୁନରୁଦ୍ଧାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ କେନ୍ଦୁଝର ସେବା ଫାଉଣ୍ଡେସନର ରାଜେଶ କୁମାର ରଣା, ପ୍ରୟାସ ସଦଭାବନା ପରିବାରର ଚଣ୍ଡୀପ୍ରସାଦ ପଟ୍ଟନାୟକ, ଭରସା ପରିବାରର ଲମ୍ବୋଦର ମହାନ୍ତ ଓ କେନ୍ଦୁଝର ଖବର ସମ୍ପାଦକ ଦେବୀଶଙ୍କର ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଶାର ବିଶିଷ୍ଟ ବାସ୍ତୁବିତ ଡକ୍ଟର ଗଣପତି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories