www.samajalive.in
Monday, December 8, 2025
20.1 C
Bhubaneswar

ସରକାରୀ ସୁଲଭ ମୂଲ୍ୟ ବିକ୍ରୟ କେନ୍ଦ୍ରରେ ଆଳୁ ବିକ୍ରି ଶୁଭାରମ୍ଭ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହରରେ ପୌରାଞ୍ଚଳ ତରଫରୁ ରୋଡ଼ ନଂ ୪ ସ୍ଥିତ ସରକାରୀ ଖୁଚୁରା ସୁଲଭ ମୂଲ୍ୟ ବିକ୍ରୟ  କେନ୍ଦ୍ରରେ ଯୋଗାଣ ବିଭାଗ ତରଫରୁ ଆଜିଠାରୁ ଆଳୁ କେଜି ପ୍ରତି ୩୫ ଟଙ୍କା ଓ ୩ କେଜି ଆଳୁ ୧୦୦ ଟଙ୍କା ଦରରେ ଖାଉଟି ମାନଙ୍କୁ ବିକ୍ରି ଆରମ୍ଭ ହୋଇଯାଇଛି । ଗତ କିଛି ଦିନ ହେବ ପଶ୍ଚିମ ବଙ୍ଗ ରୁ ପର୍ଯ୍ୟାପ୍ତ ପରିମାଣରେ ଆଳୁ ଯୋଗାଣ ହୋଇ ନପାରିବାରୁ ଖୋଲା  ବଜାରରେ ଚଢା ଦରରେ କେଜି ପ୍ରତି ୪୫ ରୁ ୫୦ଟଙ୍କାରେ ଆଳୁ ବିକ୍ରି ହେଉଥିଲା ।  ବର୍ତ୍ତମାନ ଖୋଲା ବଜାରରେ ଗୋଲ ଆଳୁ ୪୦ ଟଙ୍କା ଏବଂ ପାହାଡି ଆଳୁ ୪୫ ଟଙ୍କା ଦରରେ ବିକ୍ରି ହେଉଛି ।

ଦୈନିକ ପଶ୍ଚିମ ବଙ୍ଗରୁ କଣ୍ଟାବାଞ୍ଜି ହୋଲସେଲର ଆଳୁ ବେପାରୀଙ୍କ ପାଖକୁ ଟ୍ରକ ଯୋଗେ ଟ୍ରିପ ଟ୍ରିପ ଆଳୁ ଆସୁଛି । ଏଣେ ରାଜ୍ୟ ସରକାରଙ୍କ ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀ ଉତ୍ତରପ୍ରଦେଶ, ପଞ୍ଜାବ ରାଜ୍ୟରୁ ଆଳୁ ଆଣି କଣ୍ଟ୍ରୋଲ ଦୋକାନରେ ସୁଲଭ ମୂଲ୍ୟରେ ଆଳୁ ବିକ୍ରି କରିବେ ବୋଲି ଘୋଷଣା କରିଛନ୍ତି । ଆଜି ଆଳୁ ବିକ୍ରି ସମୟରେ ରିଟେଲର ଜ୍ୟୋତି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ତରଫରୁ ସଭାପତି ବାସନ୍ତୀ ପୁଞ୍ଜି, ସମ୍ପାଦକ  ଦୀପାଞ୍ଜଳି ଜୁଏଡ଼, ସଭ୍ୟ ବିନୋଦିନୀ ବାରିକ, ଏମ ସରୋଜିନୀ, ଜୀ ରୋହିଣୀ, ବାବୁଲି ମହାନ୍ତି, ୟୁନୁଷ ଦାଉଦ, ଅର୍ଜୁନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories