www.samajalive.in
Monday, December 8, 2025
20.1 C
Bhubaneswar

ଫେରିବାଲାଙ୍କୁ ଥାନା ଜିମା ଦେଲେ ଲୋକେ, ଆଧାର କାର୍ଡ ଯାଞ୍ଚ ପରେ ଛାଡିଲା ପୁଲିସ

ଆଠଗଡ: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଓ ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପରେ ଓଡିଶାର ବିଭିନ୍ନ ସ୍ଥାନରେ ରହୁଥିବା ବାଂଲାଦେଶୀ ଆକ୍ରୋଶର ଶିକାର ହେଉଥିବା ଦେଖାଯାଉଛି । ଏହିଭଳି କିଛି ଘଟଣା ଆଠଗଡରେ ଦେଖିବାକୁ ମିଳିଛି । ଆଠଗଡ ଏନଏସି ଅନ୍ତର୍ଗତ ବୀରକିଶୋରପୁର ଓ ମୈତ୍ରୀ ନଗର ଅଞ୍ଚଳରେ ବହୁ ଫେରିବାଲା ଭଡାଘରେ ରହୁଛନ୍ତି। ରବିବାର ଉକ୍ତ ଅଞ୍ଚଳରେ ସାହିବାସିନ୍ଦା ଯୁବକମାନେ ସେମାନଙ୍କ ଉପରେ ଚଢ଼ାଉ କରି ସେମାନଙ୍କ ଆଧାର କାର୍ଡ ଯାଞ୍ଚ କରିଥିଲେ। ୧୩ ଜଣଙ୍କ ମଧ୍ୟରୁ ପ୍ରାୟ ୫ ରୁ ୬ ଜଣଙ୍କର ଆଧାର କାର୍ଡ ଜାଲଥିବା ସନ୍ଦେହ କରି ସେମାନଙ୍କୁ ଥାନା ଜିମା ଦେଇଥିଲେ।  ପୁଲିସ ସେମାନଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିଲେଏବଂ ସେମାନଙ୍କ ଆଧାର କାର୍ଡ ଯାଞ୍ଚ କରିବାକୁ ଉପଜିଲ୍ଲାପାଳଙ୍କ ସହାୟତା ଲୋଡିଥିଲେ । ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ନିର୍ଦେଶକ୍ରମେ ଅଭିଜ୍ଞ ଅଧିକାରୀ ସେମାନଙ୍କର ଆଧାର କାର୍ଡ ଯାଞ୍ଚ କରିବା ପରେ ସେମାନେ ବିହାର, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶର ବୋଲି ଜଣାପଡିଥିଲା। ଏହାପରେ ସେମାନଙ୍କୁ ଛାଡି ଦିଆଯାଇଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଏଠାରେ ରହୁଥିବା ବହୁ ଫେରିବାଲା ଦିନରେ ବେପାର କରିବା ସମୟରେ ରେକି କରି ରାତିରେ ଚୋରି ଡକାୟତି କରୁଥିବା ନେଇ ଅଭିଯୋଗ ହୋଇଆସୁଛି। ଆଠଗଡରେ ହେଉଥିବା ଏକାଧିକ ଚୋରି , ଡକାୟତି ଘଟଣାରେ ଏମାନଙ୍କର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ଆଠଗଡ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଅନ୍ୟ ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏଥିପ୍ରତି ପୁଲିସ ଓ ପ୍ରଶାସନ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories